fbpx

ଜଳିଗଲା ପର୍ଯ୍ୟଟକଙ୍କ ବସ; ରୋଷେଇବେଳେ ଗ୍ୟାସ ଲିକ କାରଣରୁ ଅଗ୍ନିକାଣ୍ଡ

ପୁରୀ: ପୁରୀ ସାକ୍ଷୀଗୋପାଳ ନିକଟରେ ପର୍ଯ୍ୟଟକଙ୍କ ବସ ଜଳିଯାଇଛି । ରୋଷେଇବେଳେ ଗ୍ୟାସ ଲିକ କାରଣରୁ ଅଗ୍ନିକାଣ୍ଡ ଘଟିଯାଇଛି । ଭୟଙ୍କର ଭାବେ ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ସମସ୍ତ ବସ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଭୟଙ୍କର ଅଗ୍ନିକାଣ୍ଡକୁ ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ ପର୍ଯ୍ୟଟକମାନେ ଉତ୍ତରପ୍ରଦେଶରୁ ପୁରୀ ବୁଲିବାକୁ ଆସିଥିଲାବେଳେ ଏଭଳି ଏକ ଅଘଟଣ ଘଟିଯାଇଛି । ରୋଷେଇବେଳେ ଅସାବଧାନତା କାରଣରୁ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା ।

Get real time updates directly on you device, subscribe now.