Breaking: ବସଷ୍ଟାଣ୍ଡ ନିକଟରେ ଜଳିଗଲା ଟୁରିଷ୍ଟ ବସ୍, ଅଚାନକ ଲାଗିଯାଇଥିଲା ନିଆଁ

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ବସରେ ଲାଗିଲା ନିଆଁ ।

ଭୁବନେଶ୍ବର: ବର୍ତ୍ତିଗଲା ବଡ଼ ଦୁର୍ଘଟଣା । ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌  ।

ତେବେ ସୂଚନା ଅନୁସାରେ, ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଏହି ବସଟି ଜଳିଯାଇଛି । ଛିଡ଼ା ହୋଇଥିବା ବେଳେ ଅଚାନକ ଲାଗିଲା ନିଆଁ ।

ତେବେ ଏହି ଅଗ୍ନିକାଣ୍ଡରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ବଡ଼ ଦୁର୍ଘଟଣା ଟଳିଯାଇଛି ।

ତେବେ ବସଷ୍ଟାଣ୍ଡରୁ ଆସିବା ପରେ ହଠାତ୍ କେଉଁ କାରଣରୁ ବସରେ ନିଆଁ ଲାଗିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

ତେବେ ପୂର୍ବରୁ ଅନେକ ଟୁରିଷ୍ଟ ବସରେ ଯାତ୍ରୀମାନେ ରୋଷେଇ କରୁଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଏଥିରେ ମଧ୍ୟ ସେପିରିକିଛି ସାମଗ୍ରୀ ରହିଥିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ବସରେ ନିଆଁ ଲାଗିବା ସମୟରେ ବସଷ୍ଟାଣ୍ଡ ବାହାରକୁ ଆସିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି ।