ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା, ହୀରାକୁଦ ଡ୍ୟାମରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଚାରିଆଡେ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବର ବିମାନ ବନ୍ଦର, ଚାନ୍ଦିପୁର ଘାଟି ପରେ ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା ।

ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା କଡାକଡି କରାଯାଇଛି । ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଡ୍ୟାମର ବୁର୍ଲା ଓ ହୀରାକୁଦ ଉଭୟ ପାର୍ଶ୍ବରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍‌ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି । ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷାକୁ ବଢାଇ ଦିଆଯାଇଛି । ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଗଲା । ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ କଡ଼ା ନଜର । ସୁରକ୍ଷାକର୍ମୀ ସଂଖ୍ୟା ବୃଦ୍ଧି, ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।

ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଏହାକୁ ନେଇ ଅନେକ ରାର୍ଜୟକୁ ସରକାର ଆଲର୍ଟରେ ରହିବା ପାଇଁ କହିଛନ୍ତି । କେନ୍ଦ୍ରାପଡ଼ାରେ ଲାଇଟ୍‌ ହାଉସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହାକାଳପଡ଼ା ଲାଇଟ୍‌ହାଉସ୍‌କୁ ପର୍ଯ୍ୟଟଙ୍କୁ ବାରଣ କରାଯିବା ସହିତ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।