ଭୁବନେଶ୍ୱର: ଗ୍ରାମାଞ୍ଚଳ ସ୍କୁଲଗୁଡିକରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ କମ୍ ଶିକ୍ଷକ ଅଛନ୍ତି ।
ଗାଁରେ ଏମିତି କିଛି ସ୍କୁଲ ଅଛି ଯେଉଁଠି ଜଣେ ଶିକ୍ଷକରେ ପଢ଼ୁଛନ୍ତି । ଖୁବଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରାଯିବ ।
ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ଜରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି ,ସହରାଞ୍ଚଳ, ବ୍ଳକ ହେଡକ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ କୁହାଯାଇଛି ।