fbpx

ବଢ଼ିଲା ଚିନ୍ତା: ଯମୁନା ନଦୀରେ ପୁଣି ଦେଖାଗଲା ବିଷାକ୍ତ ଧଳା ଫେଣ

ଦିନକୁ ଦିନ ଯମୁନା ନଦୀ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଗୋଟିଏ ପରେ ଜଳସ୍ତର କମି ପାଣିର ଅଭାବ ଦେଖାଯାଉଥିବା ବେଳେ ବର୍ତ୍ତମାନ ଏଥିରେ ପ୍ରଦୂଷଣ କାରଣରୁ ଦେଖାଯାଉଥିବା ବିଷାକ୍ତ ଧଳା ଫେଣ ଚିନ୍ତାର ବିଷୟ ପାଲଟିଛି । ଯମୁନା ନଦୀର ଏକ ଭିଡିଓ ସମ୍ନାକୁ ଆସିଛି ଯେଉଁଥିରେ ପାଣିରେ ଟକ୍ସିକର ପରିମାଣ ଏତେ ଅଧିକ ହୋଇଯାଇଛି ଯେ ନଦୀ ଜଳରେ ଏକ ଧଳା ଫେଣର ଆସ୍ତରଣ ଦେଖିବାକୁ ମିଳିଛି । ଯମୁନା ନଦୀକୁ ଦୂରରେ ଦେଖିଲେ ଏହା ବରଫ ନଦୀ ଭଳି ଦେଖାଯାଉଥିବାର ଅନୁମାନ ହୁଏ ।

ସୂଚନାଯେଗ୍ୟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ରିପୋର୍ଟ ଅନୁସାରେ ସହରର ସିୱେଜ ମାଧ୍ୟମରେ ଆସୁଥିବା କୋଲିଫର୍ମ ନଦୀ ଜଳକୁ ଦୂଷିତ କରୁଛି । ଏହି କୋଲିଫର୍ମର ସ୍ତର ଅଧିକ ହେବାରୁ ଏହା ପାଣିରେ ଜୀବାଣୁ ସୃଷ୍ଟି କରିଥାଏ । ରିପୋର୍ଟ ଅନୁସାରେ ଯମୁନା ନଦୀରେ କେବଳ କୋଲିଫର୍ମର ସ୍ତର ୧୨୦୦ ଏମପିଏନ ଅଛି । ଶାହଦାରା ଓ ତୁଗଲକବାଦର ନାଳରୁ ଆସୁଥିବା ପାଣି କାରଣରୁ ଏହାର ସ୍ତର ବଢ଼ୁଛି । ଏହା ବ୍ୟତୀତ ହରିୟାଣାର ପାନିପଥ ଓ ସୋନିପଥ ଜିଲାରେ ଥିବା ଶିଳ୍ପାଞ୍ଚଳରୁ ବହୁମାତ୍ରାରେ ବର୍ଜ୍ୟବସ୍ତୁ ଆସି ଯମୁନା ନଦୀକୁ ପ୍ରଦୂଷିତ କରୁଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବୁଧବାର ବୁରାଡ଼ିରେ ସ୍ଥାପିତ କୋରେନସନ ପ୍ଲାଣ୍ଟର ଯାଞ୍ଚ କରିବା ସହ ଏହି ପ୍ଲାଣ୍ଟ ମାଧ୍ୟମରେ ଯମୁନା ନଦୀର ଜଳକୁ ସଫା କରାଯିବ ବୋଲି କହିଛନ୍ତି । ଯମୁନା ନଦୀ ଜଳକୁ ସଫା କରିବା ପାଇଁ ଏହା ପୂର୍ବରୁ ବହୁ ଆକ୍ସନ ପ୍ଲାନ ହୋଇସାରିଛି ।

Get real time updates directly on you device, subscribe now.