fbpx

ପାଠପଢ଼ା ଛାଡ଼ି ଗାର୍ଲଫ୍ରେଣ୍ଡଙ୍କୁ ଗାଡ଼ିରେ ବୁଲାଉଥିଲେ ପୁଅ: ଘରକୁ ଚାଲାଣ ଆସିବା ପରେ ଖୋଲିଗଲା ସବୁ ଗୁମର

Advertisement

ନୂଆଦିଲ୍ଲୀ: ପାଠପଢ଼ା ସମୟରେ ପୁଅ, ଝିଅମାନେ ପ୍ରେମରେ ପଡ଼ିବା ସ୍ୱାଭାବିକ । ଅନେକ ପୁଅ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଦେଖା କରିବା ପାଇଁ, ବୁଲାଇବା ପାଇଁ ଘରେ ବିଭିନ୍ନ ପ୍ରକାରର ବାହାନା କରିଥାନ୍ତି । ଏପରିକି କିଛି ପିଲା ବାପାମାଆଙ୍କୁ ମିଛ କହି ପ୍ରେମିକାଙ୍କ ସହ ପାର୍କରେ ମସ୍ତି କରିଥାନ୍ତି । ତେବେ ଟ୍ରାଫିକ ଚାଲାଣ କାରଣରୁ ଜଣେ ଯୁବକଙ୍କର ସବୁ କାରନାମା ଖୋଲି ଯାଇଛି । ପାଠପଢ଼ା ଛାଡ଼ି ପ୍ରେମିକଙ୍କ ସହ ସମୟ ବିତାଉଥିବା ଜାଣିବା ପରେ ଯୁବକଙ୍କର ବାପା ତାଙ୍କୁ ଆଉ ଗାଡ଼ି ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ।

ସୂଚନା ମୁତାବକ, ବିହାରରୁ ଆସିଛି ଏଭଳି ଏକ ଘଟଣା । ରାଜ୍ୟରେ ବର୍ତ୍ତମାନ ସମୟରେ ଟ୍ରାଫିକ ଚେକିଂ ଚାଲିଥିବାରୁ ଗାଡ଼ି ମାଲିକମାନେ ଏନେଇ ସଚେତନତା ଅବଲମ୍ବନ କରୁଛନ୍ତି । ତେବେ ପ୍ରେମିକାଙ୍କୁ ବାଇକ ପଛରେ ବସାଇ ବୁଲାଇବା ସହିତ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଫଳରେ ଜଣେ ଯୁବକଙ୍କ ନାମରେ ଚାଲାଣ କଟିଥିଲା । ରାଜ୍ୟର କୃଷି ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମରେ ପଞ୍ଜିକୃତ ହୋଇଥିବା ବାଇକକୁ ନେଇ ତାଙ୍କ ପୁଅ କୋଚିଂ ଯାଇଥିଲେ । ତେବେ କୋଚିଂରୁ ଘରକୁ ଫେରିବା ପରେ ଛାତ୍ରଙ୍କ ପିତାଙ୍କ ନିକଟକୁ ଏକ ଇ-ଚାଲାଣ ରସିଦ୍ ଆସିଥିଲା ।

ଚାଲାଣଟି ଏକ ହଜାର ଟଙ୍କାର ଥିଲା ଓ ସେଥିରେ ଦିଆଯାଇଥିବା ଫଟୋରେ ଛାତ୍ରଙ୍କ ବାଇକ୍ ପଛରେ ଜଣେ ଯୁବକ ବସିଥିବା ତାଙ୍କର ବାପା ଦେଖିଥିଲେ । ଏହା ପରେ କୃଷି ଅଧିକାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗାଡ଼ି ପଛରେ ବସିଥିବା ଯୁବତୀ ଅର୍ଥାତ ଅଧିକାରୀଙ୍କ ପୁଅଙ୍କର ପ୍ରେମିକା ହେଲମେଟ ପିନ୍ଧିନଥିଲେ । ସେଥିପାଇଁ ଟ୍ରାଫିକ ଚାଲାଣ କଟିଥିଲା । ଯେହେତୁ ଅଧିକାରୀଙ୍କ ନାମରେ ବାଇକ ଥିଲା ଓ ତାଙ୍କର ମୋବାଇଲ ନମ୍ବର ଦାଖଲ କରାଯାଇଥିଲା, ସେଥିପାଇଁ ତାଙ୍କ ନାମରେ ଚାଲାଣ ଆସିଥିଲା । ତେବେ ପାଠ ପଢ଼ିବାକୁ ଯାଇ ପ୍ରେମିକାଙ୍କ ସହ ମସ୍ତି କରୁଥିବା ଶୁଣିବା ପରେ ବାପା ପୁଅଙ୍କୁ ଗାଳି କରିବା ସହିତ ବାଇକ୍ ଚାବି ନିଜ ପାଖରେ ରଖିଥିଲେ । ଏହାପରେ ବହୁତ ଅନୁରୋଧ କରିବା ପରେ ବାପା ପୁଅଙ୍କୁ ଚାବି ଫେରାଇଥିଲେ ଓ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବାକୁ ତାଗିଦ୍ କରିଥିଲେ ।

Get real time updates directly on you device, subscribe now.