fbpx
BJD
BJD SKY
BJD SKY

ଅନ୍ଧଙ୍କୁ ରାସ୍ତା ପାର କରାଇଲେ ଟ୍ରାଫିକ ପୋଲିସ: ବୁଝାଇଦେଲେ ପ୍ରକୃତ ନାଗରିକର କର୍ତ୍ତବ୍ୟ

ଭୁବନେଶ୍ୱର: ଆଗିର ଏହି ସ୍ୱାର୍ଥପର ଦୁନିଆରେ ମଣିଷପଣିଆ ଏବଂ ମାନବିକତା ହଜିଗଲାଣି ବୋଲି କୁହାଯାଉଛି । କିନ୍ତୁ ଆଜି ଏମିତି ଏକ ଘଟଣା ଦେକିବାକୁ ମିଳିଛଇ ଯାହା ଏ ବାକ୍ୟଟିକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ପ୍ରମାଣ କରି ଦେବ । ଏହି ଘଟଣା ଆଉ କେଉଁଠି ନୁହେଁ ବରଂ ଖୋଦ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି । ରାସ୍ତା ପାର ହେବା ପାଇଁ ଭୟ କରୁଥିବା ଜଣେ ଅନ୍ଧ ବୃଦ୍ଧଙ୍କୁ ଟ୍ରାଫିକ ପୋଲିସ ରାସ୍ତା ପାର କରାଇ ଦେଇଛନ୍ତି ।

ଖରା, ବର୍ଷା ହେଉ କି ଶୀତ ଏସବୁକୁ ଖାତିର ନ କରି ପ୍ରତ୍ୟେକ ଦିନ ମୁଖ୍ୟ ରାସ୍ତାକୁ ଜଗି ରହିଥାନ୍ତି ଟ୍ରାଫିକ ପୋଲିସ । ଟ୍ରାଫିକ ଆଇନ ନିୟମ ଦେଖାଇ ସବୁ ଅଘଟଣକୁ ବି ରୋକିବାକୁ ଚେଷ୍ଟା କରିଥାନ୍ତି । ତେବେ ଆଜି ଡ୍ୟୁଟି କରୁଥିବା ବେଳେ ଜଣେ ଅନ୍ଧ ବୟସ୍କ ଲୋକଙ୍କୁ ଅସୁବିଧାରେ ପଡିଥିବାର ଦେଖିଥିଲେ ଟ୍ରାଫିକ ପୋଲିସ । ଏହା ଦେଖି ସେ ନିଜକୁ ଅଟକାଇ ପାରି ନଥିଲେ । ବୃଦ୍ଧଙ୍କ ହାତ ଧରି ତାଙ୍କୁ ରାସ୍ତାର ଆରପାରିକୁ ନେଇଯାଇଛନ୍ତି ଟ୍ରାଫିକ ବାବୁ ।

ଜଣେ ଅସହାୟ ଅନ୍ଧ ବୟସ୍କଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଜଣେ ସଚ୍ଚୋଟ ନାଗରିକ ଏବଂ ମାନବିକତାର ସେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ଧ ବ୍ୟକ୍ତିଙ୍କୁ ଏମିତି ଅବସ୍ଥାରେ ଦେଖି ରାସ୍ତାରେ ଯାଉଥିବା ସମସ୍ତ ଗାଡିକୁ ରୋକି ଦେଇଥିଲେ ଟ୍ରାଫିକ ବାବୁ । ଏହାପରେ ଅନ୍ଧ ବ୍ୟକ୍ତିଙ୍କ ହାତ ଧରି ରାସ୍ତା ପାର କରାଇଛନ୍ତି ଟ୍ରାଫିକ ପୋଲିସ । ତାଙ୍କର ଏମିତି କିଛି ମାନବିକତାର ଦୃଶ୍ୟ ଆଜି ରାଜଧାନୀବାସୀଙ୍କ ହୃଦୟକୁ ଛୁଇଁଯାଇଛି । ଟ୍ରାଫିକ ବାବୁଙ୍କର ଏହି ହୃଦୟଛୁଆଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ଲୋକ ଇମୋସନାଲ ହେବା ସହ ସମସ୍ତେ ପୋଲିସ ବାବୁଙ୍କର ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.