fbpx

Head Sir, ଆପଣ ନିଶାରେ ପୂରା ଚୁର୍, ସ୍କୁଲ ଭିତରେ ଆପଣ ଡ୍ରେସ୍ ଖୋଲି ଗଡ଼ିବା କ’ଣ ଠିକ୍?

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ବାବୁମାନଙ୍କର କିଛି ଅଜବ କାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଗୋଟିଏ ସ୍କୁଲର ପ୍ରିନ୍ସପାଲ ମଦ୍ୟପାନ କରି ଏଭଳି ହରକତ କରିଛନ୍ତି । ସାର୍ ଆମର ମଦ ନିଶାରେ ଥାଇ ଇନ୍ଦ୍ରଚନ୍ଦ୍ର ମାନି ନଥିଲେ । ସ୍କୁଲ କ୍ୟାମ୍ପସ ମଧ୍ୟରେ ଦେହରୁ ଡ୍ରେସ୍ ଖୋଲି ଖାଲି ଗଡ଼ିଚାଲିଲେ । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ପ୍ରିନ୍ସପାଲଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି ।

ଏଭଳି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଫରୁଖାବାଦର ଏକ ସ୍କୁଲରେ । ଭିଡିଓରେ ଦେଖାଯାଉଛି ପ୍ରିନ୍ସପାଲ ନିଶାଚୁର ହୋଇ ଏକ ବାଇକରେ ସ୍କୁଲରେ ପହଞ୍ଚିଥିଲେ । ଏହାପରେ ସେ ସେଠାରେ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ପ୍ରିନ୍ସପାଲଙ୍କ ଏହି ହରକତ ଦେଖି ସ୍କୁଲର ଅନ୍ୟ ଶିକ୍ଷକମାନେ ଡରି ଯାଇଥିଲେ । ସାରଙ୍କର ଏହି ଡ୍ରାମା ଦେଖିବାକୁ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ ଓ ଭିଡିଓ ଶୁଟ୍ କରି ଭାଇରାଲ କରିଦେଇଥିଲେ । ଭିଡିଓ ଦେଖିବା ପରେ ଉଚ୍ଚ ଅଧିକାରୀ ତାଙ୍କୁ ଚାକିରିରୁ ନିଲମ୍ବିତ କରିଦେଇଥିଲେ ।

ତେବେ ଖବର ଜଣାପଡ଼ିଛି, ଫରୁଖାବାଦର ରୋଜପୁର ବିକାଶ ଖଣ୍ଡର ପରମାପୁର ପ୍ରାଥମିକ ବିଦ୍ୟାଳୟର ଉକ୍ତ ପ୍ରଧାନଶିକ୍ଷକ ଅଧିକାଂଶ ସମୟରେ ମଦ୍ୟପାନ କରିଥାନ୍ତି । ପ୍ରଧାନଶିକ୍ଷକଙ୍କ ନିଜର କପଡ଼ା ଖୋଲି ବାରଣ୍ଡାରେ ଶୋଇଯିବା ପରେ ଛାତ୍ରଛାତ୍ରୀମାନେ ଡରି ଯାଇଥିଲେ । ସେ ଏତେମାତ୍ରାରେ ନିଶାରେ ଥିଲେ ଯେ ନିଜର ବାଇକକୁ ସମ୍ଭାଳି ନପାରି ତଳେ ପଡ଼ିଯାଇଥିଲେ ।

Get real time updates directly on you device, subscribe now.