fbpx

You Will Cry, ଅନାବିଳ ସ୍ନେହ ଆଉ ଭଲପାଇବାର ଆଉ ଏକ ଦୃଶ୍ୟ: ଜେଜେ-ନାତୁଣୀଙ୍କ ଏହି ଭିଡିଓ

ଦୁନିଆରେ ସବୁ ସମ୍ପର୍କ ଭିତରେ ଖୁବ ନିଆରା ହୋଇଥାଏ ଜେଜେ-ନାତୁଣୀଙ୍କ ସମ୍ପର୍କ । ମଜା, ଥଟ୍ଟା, ଭଲ ପାଇବା ଆଉ ସ୍ନେହରେ ଭରା ଏହି ସମ୍ପର୍କର ସୂତାଖିଅ ଭାରି ମଜବୁତ ହୋଇଥାଏ । ଏମିତି ଜଣେ ଜେଜେ-ନାତୁଣୀଭ୍କର ଏକ ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଜେଜେ-ନାତୁଣୀଙ୍କ ମଧ୍ୟରେ ଥିବା ସେ ଅତୁଟ ବନ୍ଧନ କ୍ୟାମେରାରେ ସ୍ପଷ୍ଟ ବାରି ହେଉଛି । କେତେବେଳେ ନିଜ କଅଁଳ ହାତରେ ନାତୁଣୀ ଜେଜେଙ୍କୁ ଆଉଁସି ଦେଉଛି ତ କେତେବେଳେ ପାକୁଆ ପାଟିରେ ନାତୁଣୀକୁ ଗେହ୍ଲା କରି ଦେଉଛନ୍ତି ଜେଜେବାପା ।

୯୭ ବର୍ଷ ବୟସରେ ଜେଜେବାପା ଖଟରେ ପଡିଛନ୍ତି । ଏହି ସମୟରେ ଟୁକୁ ଟୁକୁ ପାଦରେ ନାତୁଣୀ ଆସି ତାଙ୍କ ସହ ଖେଳୁଥିବାର ଏକ ଭିଡିଓ ଏବେ ଟ୍ରେଣ୍ଡିଂରେ ରହିଛି । କୁନି କୁନି କଅଁଳ ହାତରେ ଜେଜେବାପାଙ୍କୁ ଆଉଁସି ଦେଉଛି କୁନି ଝିଅଟି । ଜେଜେବାପା ବି ନାତୁଣୀର ଏହି କଅିଁଆ ହାତର ସ୍ପର୍ଶକୁ ଅନୁଭବ କରିପାରିଛନ୍ତି । ଉଠିବାକୁ ଦେହରେ ସିନା ବଳ ନାହିଁ, କିନ୍ତୁ ମନରେ ଆଉ ଛାତିରେ ନାତୁଣୀ ପାଇଁ ଭରି ରହିତିବା ଅସୁମାରୀ ସ୍ନେହ ଆଉ ଭଲ ପାଇବା ଅଜାଡି ଦେଇଛନ୍ତି ଜେଜେବାପା । ପାକୁଆ ପାଟିରେ ପିଲାଟିକୁ ଅତି ସ୍ନେହରେ ଗେଲ କରୁଛନ୍ତି ଆଉ ତାକୁ କୋଳରେ ଧରି ନେବା ପାଇଁ ଇଚ୍ଛା କରୁଛନ୍ତି ।

ଉଭୟଙ୍କ ମଧ୍ୟରେ ଏକ ବଡ ଲକ୍ଷ୍ମଣରେଖା ଟାଣି ଦେଇଛି ବୟସର ପାର୍ଥକ୍ୟ । ପିଲାଟି ଜେଜେବାପାଙ୍କୁ ଧରି ଗେହ୍ଲା କରୁଛି, ତାଙ୍କ ସହ ଖେଳୁଛି, ହସୁଛି ଆଉ ଜେଜେଙ୍କ ହାତ ଧରି ସେ ଖୁବ ଖୁସି ହେଉଛି । ଜେଜେବାପା ମଧ୍ୟ ବୟସର ଅପରାହ୍ନରେ ନାତୁଣୀ ସହ ବେଶ ସ୍ମରଣୀୟ ମୁହୂର୍ତ୍ତ ଉପଭୋଗ କରୁଛନ୍ତି ।

ଜେଜେ-ନାତୁଣୀଙ୍କ ଏହି ସ୍ମରଣୀୟ ଏବଂ ହୃଦୟସ୍ପର୍ଶୀ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଯାଇଛି । କେବଳ କଏଦ ହୋଇନି, ସୋସିଆଲ ମିଡିଆର ଏହା ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ, ‘ଫ୍ୟାମିଲି: ଜେଜେବାପା ଏବଂ ନାତୁଣୀଙ୍କ ମଧ୍ୟରେ ଏକ ସ୍ମରଣୀୟ ମୁହୂର୍ତ୍ତ- ଏମାନଙ୍କ ଭିତରେ ୯୭ ବର୍ଷର ପାର୍ଥକ୍ୟ ।’ ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ଅନେକ ଲୋକ ଏହାକୁ ଦେକି ଇମୋସନାଲ ହୋଇଯାଇଛନ୍ତି ।

Get real time updates directly on you device, subscribe now.