fbpx

ଆରଟିଓ ଅଫିସରେ ଲମ୍ବା ଲାଇନ୍, ଘୁଞ୍ଚିବ କି ଡେଡ୍ ଲାଇନ୍?

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହିଛି । ଏନେଇ ଆଜି ବିଧାନସଭାରେ ଉଠିଛି ଗାଡି କାଗଜ ପତ୍ର ପ୍ରସଙ୍ଗ । କୋହଳ ଅବଧିକୁ ବଢାଇବାକୁ ଗୃହରେ ଶାସକ ଓ ବିରୋଧୀ ବିଧାୟକମାନେ ଦାବି କରିଛନ୍ତି । ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ଦେବୀପ୍ରସାଦ ମିଶ୍ର । ସେ କହିଛନ୍ତି ଯେ, ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।’

ତେବେ ଗାଡି କାଗଜପତ୍ର ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ଡିସେମ୍ବର ୧ରୁ କଟକଣା ଲାଗୁ କରାଯିବ କି ନାହିଁ ସେନେଇ ବିଚାର ଚାଲିଛି । ବିଭିନ୍ନ ଆରଟିଓ ଅଫିସରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ଲୋକଙ୍କ ସମସ୍ୟା ସମାଧାନ ପାଇଁ ଆମେ ତତ୍ପର ଅଛୁ । କ’ଣ ହେବ ତାହା ଖୁବଶୀଘ୍ର ସମସ୍ତଙ୍କୁ ଜଣାଇଦିଆଯିବ ।’

Get real time updates directly on you device, subscribe now.