fbpx
BSKY
BJD SHG SKY
BJD MC SKY

ଟ୍ରାଫିକ୍ ପୋଲିସ ଯଦି ରାସ୍ତା ଉପରୁ ଛଡାଇ ନିଅନ୍ତି ଚାବି, ତେବେ ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ କୌଣସି ସ୍ଥାନକୁ ଯିବା ଲାଗି ନିଜ ବାଇକ ନେଇ ଯାଇଥାନ୍ତି । ପବ୍ଲିକ ଟ୍ରାନ୍ସପୋର୍ଟ ଅପେକ୍ଷା ନିଜ ଗାଡ଼ିରେ ଯାତ୍ରା କରିବା ଅଧିକ ସୁବିଧା ଜନକ ହୋଇଥାଏ । ଗାଡ଼ି ଚଲାଇବା ସମୟରେ ବେଳେବେଳେ ଆମେ ଟ୍ରାଫିକ ପୋଲିସକୁ ସାମ୍ନା କରିଥାଉ । ଏହି ସମୟରେ ଟ୍ରାଫିକ ପୋଲିସ ଆପଣଙ୍କ ଠାରୁ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡ଼ିର କାଗଜପତ୍ର ଦେଖାଇବାକୁ ମାଗିଥାନ୍ତି । ଯଦି ଆପଣଙ୍କ ପାଖେ ଗାଡ଼ିର ସମସ୍ତ କାଗଜପତ୍ର ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଥାଏ ତେବେ ଟ୍ରାଫିକ୍ ପୋଲିସ ଚେକିଂ କରିବା ପରେ ଛାଡିଦିଏ ।

ବହୁ ସମୟରେ ଆପଣଙ୍କ ପାଖେ ସମସ୍ତ ଦରକାରୀ କାଗଜପତ୍ର ଥିବା ପରେ ମଧ୍ୟ ଟ୍ରାଫିକ ପୋଲିସ ଆପଣଙ୍କୁ ଅସୁବିଧାରେ ପକାଇଥାନ୍ତି । କେତେକ ସମୟରେ ସେମାନେ ଗାଡିର ଚାବି ମଧ୍ୟ ଛଡାଇ ନିଅନ୍ତି । ଏପରି ସ୍ଥିତିରେ ଆପଣ ନିଜ ଅଧିକାର ବିଷୟରେ ଜାଣିବା ନିହାତି ଆବଶ୍ୟକ । ଆଜି ଆପଣଙ୍କୁ ଏହି ସମ୍ବନ୍ଧୀୟ ନିୟମ ବିଷୟରେ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହି ବିଷୟରେ..

-ଆପଣଙ୍କୁ ଏହି ବିଷୟରେ ଜାଣିବା ନିହାତି ଆବଶ୍ୟକ ଯେ, ଆପଣ ଯଦି ଟ୍ରାଫିକ ନିୟମକୁ ଉଲ୍ଲଙ୍ଘନ କରିନଥିବେ ତେବେ ଏପରି ସ୍ଥିତିରେ ଟ୍ରାଫିକ ପୋଲିସ ଆପଣଙ୍କ ଠାରୁ ଗାଡ଼ି ଚାବି ଛଡାଇପାରିବେ ନାହିଁ ।

-ଏହି ସମୟରେ ଟ୍ରାଫିକ୍ ପୋଲିସ ଆପଣଙ୍କୁ ନା ଗିରଫ କରିପାରିବେ, ନା ଆପଣଙ୍କ କାଗଜପତ୍ରକୁ ଜବତ କରିପାରିବେ । ଏନେଇ ଆପଣଙ୍କ ପାଖେ କୌଣସି ଅଧିକାର ନାହିଁ ।

-ଆପଣ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ, ଏହି ସମୟରେ ଟ୍ରାଫିକ ପୋଲିସ ଆପଣଙ୍କ ଠାରୁ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ପେପରକୁ ମଧ୍ୟ ମାଗିପାରିବେ ନାହିଁ । ଏହି ଅଧିକାର କେବଳ ଆରଟିଓ ଅଧକାରୀଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.