fbpx

ରାଜ୍ୟରେ ଗତକାଲିର ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ; ନିକଟ ସମ୍ପର୍କିୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି; ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଗତକାଲି ବଜ୍ରପାତରେ ମୃତ୍ୟୁ ହୋଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତକାଲି ବଜ୍ରପାତ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି ।

ଟୁଇଟ୍‍ କରି କାର୍ଯ୍ୟାଳୟ କହିଛି, ଖୋର୍ଦ୍ଧା ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ବଲାଙ୍ଗିର ଜିଲ୍ଲାରେ ୨, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଜପତି, ପୁରୀ ଏବଂ ଜଗତ୍‍ସିଂହପୁର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ବଲାଙ୍ଗିରରୁ ୮ ଜଣ, ଅନୁଗୁଳ, କଟକ ଏବଂ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି, ବଜ୍ରପାତ ଯୋଗୁଁ ୮ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି ବୋଲି କାର୍ଯ୍ୟାଳୟ ସୂଚନା ଦେଇଛି ।

Get real time updates directly on you device, subscribe now.