ପ୍ରାୟତଃ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନରେ ଯାତ୍ରା କରନ୍ତି। ଟ୍ରେନରେ ଯାତ୍ରା କରିବା ଶସ୍ତା ଏବଂ ଆରାମଦାୟକ ବୋଲି ଲୋକେ ଏଥିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଟ୍ରେନର ଡ୍ରାଇଭର ଇଞ୍ଜିନରେ ଚଢ଼ି ଏହା ଭିତରେ ବାଲି ଭର୍ତ୍ତି କରୁଛନ୍ତି। ସୋସିଆଲ ମିଡିଆରେ ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ପଚାରୁଛନ୍ତି ଡ୍ରାଇଭର ଏମିତି କାହିଁକି କଲେ?
ଆମେ ଜାଣୁ ଯେ, ଟ୍ରେନର ଚକ ଏବଂ ଟ୍ରାକ ଉଭୟ ଲୁହାରେ ତିଆରି। ଏହି କାରଣରୁ ପାଣି ଯୋଗୁ ମସୃଣତା ବୃଦ୍ଧି ପାଏ ଏବଂ ଘର୍ଷଣ ହ୍ରାସ ପାଏ। ଏହି କାରଣରୁ ଚକ ଖସିଯିବାର ଆଶଙ୍କା ଥାଏ। ଘର୍ଷଣ ବୃଦ୍ଧି କରିବା ପାଇଁ ଟ୍ରାକରେ ବାଲି ପକାଯାଏ। ବାଲି ବକ୍ସରେ ରଖାଯାଏ, ଏହାକୁ ସ୍ୟାଣ୍ଡ୍ ବକ୍ସ ବା ବାଲି ବାକ୍ସ କୁହାଯାଏ। ଏହି ବାକ୍ସରୁ ଟ୍ରାକରେ ବାଲି ଛଡ଼ାଯାଏ, ଯାହା ଦ୍ୱାରା ଖସିବା ହ୍ରାସ ପାଇବ ଏବଂ ଟ୍ରେନଗୁଡ଼ିକ କୌଣସି ଦୁର୍ଘଟଣା ବିନା ସହଜରେ ଟ୍ରାକରେ ଗଡ଼ିପାରିବ ।
ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @kamleshshergill72 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଏଥିରେ ଜଣେ ଟ୍ରେନ ଡ୍ରାଇଭର ଇଞ୍ଜିନ ସମ୍ମୁଖରେ ଚଢ଼ି ‘ ହାତରେ ବାଲି ଭର୍ତ୍ତି ଏକ ବସ୍ତା ଧରିଛନ୍ତି। ଏହା ପରେ ସେ ବସ୍ତାକୁ ଇଞ୍ଜିନରେ ଭର୍ତ୍ତି କରୁଛନ୍ତି। ସେ ସମ୍ପୂର୍ଣ୍ଣ ବାଲି ପୂରାଇ ଦେବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।
ଭାଇରାଲ ଭିଡିଓଟିକୁ ତିନି କୋଟିରୁ ଅଧିକ ଲୋକ ଦେଖିଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। ଅନେକ ଲୋକ କହିଛନ୍ତି, ଏପରି କାହିଁକି କରାଯାଏ। ଜଣେ ବ୍ୟକ୍ତି କହିଛନ୍ତି, ଏହା ବ୍ରେକ୍ ପାଇଁ କରାଯାଏ।