fbpx

ଜଙ୍ଗଲରେ ଲାଗିବ ଟ୍ରାପ୍‌ କ୍ୟାମେରା, ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବ ବନବିଭାଗ

କେନ୍ଦୁଝର (ଭାସ୍କର ନ୍ୟୁଜ୍‌): କେନ୍ଦୁଝର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଲାଗିବ ଟ୍ରାଫ୍‌ କ୍ୟାମେରା ଡିଏଫ୍‌ଓଡି.ଡି. ଧନରାଜଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଡିଭିଜନର ସାତଟି ରେଞ୍ଜରେ ଏଭଳି ୨୪ଟି ସ୍ୱତନ୍ତ୍ର କ୍ୟାମେରା ଲାଗିବ ବୋଲି ଜଣାପଡ଼ିଛି । ଏହି ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା ଯେଉଁଥିରେ ରାତିରେ ମଧ୍ୟ ଭଲ ଭାବରେ ଭିଡିଓ ରେକର୍ଡ ହୋଇ ପାରିବ ଏହା ଦ୍ୱାରା ଜଙ୍ଗଲରୁ କାଠ , ପଥର ଚୋରି ସାଙ୍ଗକୁ ଅବାଧ ପ୍ରବେଶ , ପଶୁ ଶିକାର ଆଦି ରୋକାଯାଇ ପାରିବ । ଏନେଇ ଶୁକ୍ରବାର ବନ ବିଭାଗର ରେଞ୍ଜ ଅଧିକାରୀ ତଥା ଫରେଷ୍ଟରମାନଙ୍କୁ ତାଲିମ ଦିଆଯାଇଛି । ଏହି କ୍ୟାମେରା ସମ୍ବେଦନଶୀଳ ଜଙ୍ଗଲମାନଙ୍କରେ ଲଗାଯିବ । ଏଥିପାଇଁ ରେଞ୍ଜ ଅଧିକାରୀମାନେ ନିଷ୍ପତ୍ତି ନେବେ । ସପ୍ତାହରେ ଥରେ କ୍ୟାମେରାର ଚିପ୍‌କୁ ଯାଞ୍ଚ କରି ସମୀକ୍ଷା କରାଯିବ । ଏହା ଦ୍ୱାରା ବିଶେଷ କରି ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀମାନଙ୍କ ଚଳ ପ୍ରଚଳ ନିରୀକ୍ଷଣ ସହ ସେମାନଙ୍କ ସୁରକ୍ଷା କରାଯାଇପାରିବ ।

Get real time updates directly on you device, subscribe now.