fbpx

ତନ୍ତ୍ରମନ୍ତ୍ର ମାଧ୍ୟମରେ ଚିକିତ୍ସା ଆଇନଗତ ଅପରାଧ, ବିଲ୍ ପାସ୍ କରିଲେ ହେମନ୍ତ ସରକାର

ଗୁୱାହାଟି: ଆଜିକାଲିର ବିଜ୍ଞାନ ଯୁଗରେ ଉନ୍ନତ କୌଶଳର ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ରୋଗର ଚିକିତ୍ସା ସମ୍ଭବ ହୋଇପାରୁଛି । ତଥାପି ଅନେକ ଲୋକମାନେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରିଥାନ୍ତି । ସେମାନେ ଡାକ୍ତରଙ୍କ ପାଖକୁ ନ ଯାଇ ଭଣ୍ଡ ବାବା ଓ ତାନ୍ତ୍ରିକଙ୍କ ପାଖକୁ ଯାଇଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ଆସାମ ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସର୍ମାଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସାମରେ ଝଡ଼ାଫୁଙ୍କା ନିଷେଧ କରିବାକୁ ହେମନ୍ତ ଏକ ବିଲ୍ ପାରିତ କରିଥିଲେ । କ୍ୟାବିନେ ବୈଠକରେ ସ୍ଥାୟୀ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦ଟି ସହରକୁ ଚୟନ କରାଯିବା ସହ ନଗରପାଳିକା କ୍ୟାଡରରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେିଥିଲେ । ମୁକ, ବଧିର, ଅନ୍ଧ, ଶାରୀରିକ ବିକୃତି ଏବଂ ଅଟିଜିମ୍ ଭଳି ବିଭିନ୍ନ ଜନ୍ମଗତ ରୋଗର ଚିକିତ୍ସା ନାମରେ ଝଡ଼ାଫୁଙ୍କା ଅଭ୍ୟାସକୁ ନିଷେଧ କରିବା ଏବଂ ଏଭଳି ପ୍ରଥାକୁ ଶେଷ କରିବା ଏହି ବିଲର ମୂଳ ଲକ୍ଷ୍ୟ । ଏହି ବିଲ୍ ଉପରେ କ୍ୟାବିନେଟ୍ ମୋହର ଲଗାଇଛି ।

Get real time updates directly on you device, subscribe now.