ସୁନା ହାତ ପାହାନ୍ତାରୁ ଆହୁରି ଦୂରରେ, ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା-ରୁପା ଦର
ପୁଣି ମହଙ୍ଗା ହେଲା ସୁନା-ରୁପା।
ନୂଆଦିଲ୍ଲୀ: ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର। ଗୁରୁବାର ଦିନ ସୁନା ଏବଂ ରୁପା ମୂଲ୍ୟରେ ବଡ଼ ବୃଦ୍ଧି। ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୪୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ, ରୁପା କିଲୋଗ୍ରାମ ପିଛା ୧୫୦୦ ଟଙ୍କା ମହଙ୍ଗା ହୋଇଛି।
ଏକ ଖବର ଅନୁଯାୟୀ, ଅଗଷ୍ଟ ୧୪ ତାରିଖ ଗୁରୁବାର ଦିନ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୦୧,୪୨୦ ରେ ପହଞ୍ଚିଛି। ଯେତେବେଳେ ବୁଧବାର ଏହାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୦୧,୦୨୦ ଥିଲା।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୧,୦୧,୦୦୦ ରେ ପହଞ୍ଚିଛି। ଯାହାକି ପୂର୍ବରୁ ବୁଧବାର ଦିନ ୧,୦୦,୬୦୦ ଥିଲା।
କେବଳ ସୁନା ଦରରେ ବୃଦ୍ଧି ହୋଇନାହିଁ, ବରଂ ରୁପା ମୂଲ୍ୟ ମଧ୍ୟ ମହଙ୍ଗା ହୋଇଛି। ଗୁରୁବାର ଦିନ ରୂପା ଦାମରେ ୧୫୦୦ ଟଙ୍କା ବୃଦ୍ଧି ପାଇ ୧,୧୩,୫୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।