fbpx

ସନ୍ନ୍ୟାସ ନେଲେ ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ

AAKASH

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଖରାପ ପ୍ରଦର୍ଶନ କରିବା ସହ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛି । ଏହା ମଧ୍ୟରେ ଦଳର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ ଏକ ବଡ଼ ଘୋଷଣା କରିଛନ୍ତି । ଜୁନ ୧୭ରେ ବୋଲ୍ଟ ଟି-୨୦ ବିଶ୍ୱକପରେ ନିଜର ଅନ୍ତିମ ମ୍ୟାଚ ଖେଳିବେ । ଏନେଇ ସେ ସ୍ପଷ୍ଟ କରିଛନ୍ତି । ଆଜି ନ୍ୟୁଜିଲାଣ୍ଡ ୟୁଗାଣ୍ଡକୁ ୯ ୱିକେଟରେ ପରାସ୍ତ କରିଥିବା ବେଳେ ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ବିଜୟ ।

ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏହାପରେ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୫୦ ରନର ଟାର୍ଗେଟକୁ ମଧ୍ୟ ପିଛା କରିପାରିନଥିଲା । ଅନ୍ୟପକ୍ଷରେ କ୍ରମାଗତ ୩ଟି ବିଜୟ ସହିତ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ ସୁପର-୮ରେ ପ୍ରବେଶ କରିସାରିଛନ୍ତି । ଏହା ବୋଲ୍ଟଙ୍କର ଶେଷ ଟି-୨୦ ବିଶ୍ୱକପ ମ୍ୟାଚ ହେବ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ତେଣୁ ଆସନ୍ତା ୧୭ରେ ସେ ପାପୁଆ ନ୍ୟୁ ଗିନୀ ବିପକ୍ଷରେ ଅନ୍ତିମ ଟି-୨୦ ବିଶ୍ୱକପ ମ୍ୟାଚ ଖେଳିବେ । ତେବେ ନ୍ୟୁଜିଲାଣ୍ଡ ସୁପର-୮ରୁ ବାଦ୍ ପଡ଼ିବାକୁ ଗ୍ରହଣ କରିବା ମୁସ୍କିଲ ବୋଲି ବୋଲ୍ଟ କହିଛନ୍ତି । ଏଥିସହିତ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.