fbpx

ଭାରତର ପ୍ରଥମ ମହିଳା ଡାକ୍ତରଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲା ଗୁଗଲ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତରଙ୍କ ସମ୍ପର୍କରେ ଦେଶର ଅଧା ଲୋକ ଜାଣିନଥିବେ । ତେବେ ଏହି ମହିୟସୀ ମହିଳାଙ୍କ ୧୬୦ ତମ ଜନ୍ମ ଜୟନ୍ତୀରେ ଅନନ୍ୟ ଉପାୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ଗୁଗଲ । ଭାରତର ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ଗାଙ୍ଗୁଲିଙ୍କ ୧୬୦ତମ ଜନ୍ମଦିବସରେ ଗୁଗଲ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଏକ ଡୁଡଲ ଉତ୍ସର୍ଗ କରାଯାଇଛି । ଏହି ଡୁଡୁଲରେ କାଦମ୍ବିନୀଙ୍କ ଫଟୋ ସହିତ କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲର ଏକ ଫଟୋ ସ୍ଥାନିତ କରାଯାଇଛି । ବେଙ୍ଗାଲୁରୁର କଳାକାର ଓଡ୍ରିଜା ଏହି ଡୁଡଲ ନିର୍ମାଣ କରିଥିବା ଗୁଗୁଲ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ସହିତ ଡାକ୍ତର ସମାଜକୁ ସମ୍ମାନିତ କରିବା ପାଇଁ ଡୁଡଲରେ ଏକ ଷ୍ଟେଥୋସ୍କୋପ ମଧ୍ୟ ଟଙ୍ଗାଯାଇଛି ।

୧୮୮୬ରେ ଆନନ୍ଦୀ ଯୋଶୀଙ୍କ ସହିତ ପ୍ରଥମ ମହିଳା ଭାବରେ ମେଡିସିନ୍ ଅଧ୍ୟୟନ କରିଥିଲେ କାଦମ୍ବିନୀ । ଯୋଶୀ ପେନସିଲଭାନିଆରେ ପଢିଥିବା ବେଳେ କାଦମ୍ବିନୀ କିନ୍ତୁ କୋଲକାତା ମେଡିକାଲ କଲେଜରୁ ନିଜର ଡିଗ୍ରୀ ହାସଲ କରିଥିଲେ । ଯେଉଁ ସମୟରେ ମହିଳାଙ୍କୁ ସାଧାରଣ ଶିକ୍ଷା ହାସଲ କରିବା କଷ୍ଟକର ଥିଲା ସେହି ସମୟରେ ମେଡିସିନ୍ ଡିଗ୍ରୀ ହାସଲ କରିବା ଏକ ଚମକ୍ରାର ଉପଲବ୍ଧି । ଭାରତର ପ୍ରଥମ ମହିଳା ଗ୍ରାଜୁଏଟ୍ ରହିଥିବା ଆନନ୍ଦୀ ଯୋଶୀ ବିବାହ ପରେ ମେଡିସିନ ପଢିବା ଆରମ୍ଭ କରିଥିଲେ । ମହିଳା ଅଧିକାର ପାଇଁ ଲଢେଇ ଜାରି ରଖିଥିବା ଗାଙ୍ଗୁଲି ୧୮୮୯ରେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ମଧ୍ୟ ରହିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ୧୮୯୮ରୁ ଡାକ୍ତରୀ ସେବା ଆରମ୍ଭ କରିଥିଲେ ଗାଙ୍ଗୁଲି । ତାଙ୍କର ଏହି ଡାକ୍ତରୀ ସେବା ୧୯୨୩ରେ ତାଙ୍କ ମୃତ୍ୟୁ ଯାଏଁ ଜାରି ରହିଥିଲା । ହେଲା ପରୀକ୍ଷା

Get real time updates directly on you device, subscribe now.