fbpx

ମଣପ୍ପୁରମରେ ମାସ୍କ ପିନ୍ଧି ପଶିଲେ; ୨୦ ମିନିଟରେ ୧୯ କିଲୋ ସୁନା ଲୁଟିଲେ

ଆଗ୍ରା: ମାସ୍କ ପିନ୍ଧି ଆସିଲେ ୫ ଲୁଟେରା ଆଉ ୨୦ ମିନିଟରେ ଲୁଟି ନେଲେ ୧୦ କୋଟିର ସୁନା ଅଳଙ୍କାର । ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ମଣପ୍ପୁରମ ଗୋଲ୍ଡ ଲୋନ୍ ଫାଇନାନ୍ସ ଅଫିସରେ ପ୍ରବେଶ କରିବା ସହିତ ମାତ୍ର ୨୦ ମିନିଟରେ ୯.୫ କୋଟିର ସୁନା ଅଳଙ୍କାର ଓ ୫ ଲକ୍ଷ ଟଙ୍କାର ନଗଦ ଅର୍ଥ ସହିତ ଫେରାର ହୋଇଯାଇଥିଲେ । ଆଗ୍ରାର କମଳା ନଗର ସ୍ଥିତ ବ୍ରାଞ୍ଚରେ ଶନିବାର ଦିନ ୨.୧୫ରେ ଏହି ଘଟଣା ଘଟିଥିଲା ।

ଲୁଟ ହେବା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଲୁଟ ସ୍ଥାନରୁ ୧୭ କିମି ଦୂରରେ ପୋଲିସ ୫ ଅପରାଧୀଙ୍କୁ ରୋକିବାକୁ ପ୍ରୟାସ କରିଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା । ଏହି ଏନକାଉଣ୍ଟରରେ ଦୁଇ ଜଣ ଲୁଟେରା ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଦୁଇ ଲୁଟେରାଙ୍କ ପ୍ରାଣହାନି ଘଟିଥିଲା । ଦୁଇ ମୃତକଙ୍କ ନାମ ମନୀଷ ପାଣ୍ଡେ ଓ ନିର୍ଦ୍ଦୋଷ କୁମାର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟ ୩ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.