fbpx

କ୍ୟାପଟେନଙ୍କୁ ହରାଇଲେ ସିଦ୍ଧୁ: ମିଳିଲା ପଞ୍ଜାବ କଂଗ୍ରେସର ଦାୟିତ୍ୱ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ରହିଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହରାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର ନଭଜୋତ ସିଂ ସିଦ୍ଧୁ । ରବିବାର ସିଦ୍ଧୁଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କ ନାମରେ ମୋହର ମାରିବା ସହିତ ଦୀର୍ଘ ଦିନର ବିବାଦରେ ପୂର୍ଣ୍ଣଛେଦ ପକାଇଛନ୍ତି ।

ସିନ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରାଯାଇଥିବା ବେଳେ ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ କରାଯାଇଛି । ସଙ୍ଗତ ସିଂ ଗିଲଜିଆନ, ସୁଖବିନ୍ଦର ସିଂ ଡାନି, ପୱନ ଗୋଏଲ ଓ କୁଲଜିତ ସିଂ ନାଗ୍ରାଙ୍କ ନାମ କାର୍ଯ୍ୟକାରୀ ସଭାପତି ଭାବରେ ଘୋଷଣା କରାଯାଇଛି । ସୁନୀଲ ଜାଖରଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିବା ବେଳେ ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରା ଦାୟିତ୍ୱରେ ରହିଥିବା କୁଲଜିତ ସିଂ ନାଗ୍ରାଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଛି ।

Get real time updates directly on you device, subscribe now.