fbpx

ୟୁପିରେ ୫ ଲକ୍ଷ ମୁସଲିମ ଘର, ମଦରସା ଏବଂ ଦରଘାରେ ଉଡାଯିବ ତ୍ରିରଙ୍ଗା, ଜାଣନ୍ତୁ ବିଜେପିର ପୂରା ପ୍ଲାନ

ଲକ୍ଷ୍ନୌ: ଅଗଷ୍ଟ ୧୫ ସ୍ଵାଧୀନତା ଦିବସର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଉତ୍ତର ପ୍ରଦେଶରେ ବିଜେପି ବଡ ଧରଣର ପ୍ରସ୍ତୁତି ଚଳାଇଛି। ଏହାରି ଆଧାରରେ ହର ଘର ତ୍ରିରଙ୍ଗା ଅଭିଯାନରେ ପ୍ରାୟ ୫ ଲକ୍ଷ ମୁସଲିମ ଘରେ, ମଦରସା ଏବଂ ଦରଘାରେ ତ୍ରିରଙ୍ଗା ଉଡାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଅଗଷ୍ଟ ୧୨ରୁ ଏହି ଅଭିଯାନ ଆରମ୍ଭ ହୋଇଯିବ।

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ବାସିତ ଅଲୀ କହିଛନ୍ତି, ଆମେ ଅତି କମରେ ୫ ଲକ୍ଷ ମୁସଲିମ ଘରଗୁଡିକରେ ତ୍ରିରଙ୍ଗା ଉଡାଇବାକୁ ଲକ୍ଷ୍ୟ ରଖିଛୁ। ପାର୍ଟି କ୍ୟାଡର ମଦରସା ଏବଂ ଦରଘାଗୁଡିକରେ ତ୍ରିରଙ୍ଗା ପତାକା ଉଡାଇବେ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଅପଲୋଡ୍ ପାଇଁ ଫଟୋ ଉଠାଇବେ। ଅଲୀ କହିଛନ୍ତି, ଏହା ପୂର୍ବରୁ ୨୦୧୭ରେ ବିଜେପି କ୍ଷମତାକୁ ଆସିବା ପରେ ମଦରସାରେ ସ୍ଵାଧୀନତା ଦିବସରେ ଜାତୀୟ ସଙ୍ଗୀତ ଗାନ ଏବଂ ତ୍ରିରଙ୍ଗା ଉଡାଇବା ବାଧ୍ୟତାମୂଳକ କରିଥିଲା।

ଉଲ୍ଲେଖନୀୟ ବିଜେପି ସଂଖ୍ୟାଲଘୁଙ୍କ ମଧ୍ୟରେ ପଛୁଆ ବର୍ଗଙ୍କ ନିକଟତର ହେବା ପାଇଁ ପ୍ରୟାସ ଜାରି ରଖିଛି। କୁହାଯାଉଛି ପାର୍ଟି ପାଖାପାଖି ୫୦ ହଜାର ମୁସଲିମ ବହୁଳ ବୁଥର ଚିହ୍ନଟ କରିଛି ଏବଂ ଏଠାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନା ଅଭିଯାନ ଚଲାଇବାକୁ ଯୋଜନା କରିଛି। ବିଜେପି ସୂତ୍ର ଅନୁଯାୟୀ, ଧର୍ମର ଉର୍ଦ୍ଧ୍ଵରେ ଉଠି ନିଜର ମହତ୍ଵାକାଂକ୍ଷୀ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛି। ଦଳ ଉତ୍ତର ପ୍ରଦେଶରେ ୪ କୋଟିରୁ ଅଧିକ ଘର ଏବଂ ସରକାରୀ କାର‌୍ୟ୍ୟାଳୟକୁ କଭର କରିବାକୁ ଚାହୁଁଛି।

 

Get real time updates directly on you device, subscribe now.