ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; 4 ମୃତ

ତେତେଙ୍ଗାନାର ଭିକାରାବାଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି ।

ତେତେଙ୍ଗାନା: ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଲିସ ଅଧୀକ୍ଷକ କେ.ନାରାୟଣ ରେଡ୍ଡୀଙ୍କ ସୂଚନା ଅନୁସାରେ, ପାରିଗି ଅଞ୍ଚଳରେ ଏକ ଦ୍ରୁତଗାମୀ ବସ ଏବଂ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ମୃତକଙ୍କୁ ଚିହ୍ନଟ କରାଯାଇ ବ୍ୟବଚ୍ଛେଦ ପାଇଁ ସରକାରୀ ମେଡିକାଲ ପଠାଯାଇଛି । ଏବଂ ସମସ୍ତ ଆହତଙ୍କୁ ଭିକାରାବାଦ ଏବଂ ହାଇଦ୍ରାବାଦର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦ୍ରୁତ ଗତି ଏବଂ ଅସାବଧାନତାପୂର୍ଣ୍ଣ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।