fbpx
BJD
BJD SKY
BJD SKY

ଗ୍ୟାସ୍‌ ଟ୍ୟାଙ୍କର୍‌କୁ ଧକ୍କା ଦେଲା ୧୦ ଚକିଆ ଟ୍ରକ୍‌, ଆହତ ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଗଞ୍ଜାମ, (ଭାସ୍କର ନ୍ୟୁଜ) : ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକ ଠାରେ ଗତ ସନ୍ଧ୍ୟାରେ ଏକ ହାଇଡ୍ରୋ କ୍ଲୋରିଂ ଏସିଡ଼ି ଭର୍ତ୍ତି ଗ୍ୟାସ ଟାଙ୍କରକୁ ଏକ ଦଶ ଚକିଆ ଟ୍ରକ ନଂ (ଏନ୍‌ଏଲ୍‌- ୦୨-ଏନ୍‌ -୪୮୪୩) ଧକ୍କା ଦେଇଥିଲା । ଫଳରେ ଉକ୍ତ ଟ୍ରକରେ ଥିବା ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି । ଖବର ପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସଙ୍କେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ପରେ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପ୍ରାୟ ଅଧା ଘଣ୍ଟା ପରେ ଗୁରୁତର ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଏସ୍‌ଡିପିଓ ଗୌତମ କିସାନ ଘଟଣା ସ୍ଥଳ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଗ୍ରାସୀମ ଓ ସନଟେକ କମ୍ପାନୀ ସେଫଟି ଅଫିସର ଆସି ଅନ୍ୟ ଏକ ଟ୍ୟାଙ୍କରେ ଲୋଡ଼ କରାଯାଇଥିଲା । ଏହି ଦୁର୍ଘଟଣା ରେ ସ୍ଥାନୀୟ ଅଞ୍ଚଳ ବାସୀ ଭୟବିତ ହୋଇ ପଡିଛନ୍ତି । ଦୀର୍ଘ ସମୟ ଧରି ଏସିଡ଼ି ଧୂଆଁ ନିର୍ଗତ ହୋଇଥିଲା । ଏଥିସହିତ ଏସିଡ଼ି ପଡ଼ିଥିବା ଅଞ୍ଚଳ ପୋଡ଼ିଯାଇଛି । ସ୍ଥାନୀୟ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରାୟ ଅଧ ଘାଣ୍ଟ ମଧ୍ୟରେ ପରିସ୍ଥିତି ଆୟତ୍ତ କରିଥିଲା

Get real time updates directly on you device, subscribe now.