fbpx

ଅଟୋ ଉପରେ ଓଲଟିଲା ବାଲି ବୋଝେଇ ଟ୍ରକ : ୪ ମୃତ

Advertisement

ମହାରାଷ୍ଟ୍ର: ସଡ଼କ ଦୁର୍ଘଟଣା ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ ଆଜି ମହାରାଷ୍ଟ୍ରରେ ଏକ ସଡ଼କ ଦୃର୍ଘଟଣାରେ ୪ଟି ଜୀବନ ଚାଲିଯାଇଛି । ଦୃର୍ଘଟଣାଟି ମହାରାଷ୍ଟ୍ର ରାଇରଙ୍ଗପୁର ଠାରେ ଘଟିଛି । ଏକ ବାଲି ବୋଝେଇ ଟ୍ରକ ପାସେଞ୍ଜର ଅଟୋ ଉପରେ ଓଲଟି ପଡିବାର ସୂଚନା ମିଳିଛି । ତେବେ ଜଣାପଡ଼ିଛି ୩ଜଣ ଛାତ୍ର ପରୀକ୍ଷା ଦେଇ ଅଟୋରେ ଘରକୁ ଫେରୁଥିଲେ । ସେହିସମୟରେ ବାଲି ବୋଝେଇ ଟ୍ରକଟି ଓଲଟି ପଡିଥିଲା ଅଟୋ ଉପରେ । ଏଥିରେ ୩ଜଣ ଛାତ୍ର ସମେତ ଜଣେ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି ।

ଦୃର୍ଘଟଣା ଖବର ପାଇ ପୋଲିସ ସେଠାରେ ପହଁଚି ସହକର୍ମୀ ଟିମଙ୍କ ସାହାଯ୍ୟରେ ମୃତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିଥଲା । ଏହାସହ ବାଲି ବୋଝେଇ ଟ୍ରକଟିକୁ ସିଜ କରାଯାଇଛି । ତେଣୁ ସରକାର ଏହାର କ୍ଷତି ପୂରଣ ଲାଗି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ।

Get real time updates directly on you device, subscribe now.