fbpx

ଆଗାମୀ ବର୍ଷ କାନାଡାରେ ହେବ ଜି ୭ ସମ୍ମିଳନୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମିଲ ହେବାକୁ ନେଇ ଏପରି କହିଲେ ଟ୍ରୁଡୋ

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷ ଜି ୭ ସମ୍ମିଳନୀ ଇଟାଲୀରେ ସଂପନ୍ନ ହୋଇଛି । ଆଗାମୀ ବର୍ଷ ଜି ୭ ସମ୍ମିଳନୀର ଆୟୋଜନ କାନାଡାର ଅଲବର୍ଟାରେ କରାଯିବ । ଏ ବିଷୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଘୋଷଣା କରିଛନ୍ତି । ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି କାନାଡା ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବୈଠକ ଲାଗି ଆମନ୍ତ୍ରିତ କରିବେ କି ନା ସେତେବେଳେ ସେ କହିଥିଲେ କି ଏହି ଶିଖର ସମ୍ମିଳନୀ ବିଷୟରେ ସେ ସେତେବେଳେ ଯାଇ କିଛି କହିପାରିବେ ଯେତେବେଳେ ସେ ପୁଣି କାନାଡାର ପ୍ରଧାନମନ୍ତ୍ରୀ ହୋଇପାରିବେ । ଏଠାରେ ସୂଚାଇ ଦିଆଯାଇପାରେ କି କାନାଡାରେ ଖୁବ୍ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି ।

ସେ କହିଛନ୍ତି କାନାଡାର ଲୋକମାନେ ବେଶ୍ ଉତ୍ସୁକତାର ସହ ଜି-୭କୁ ଅପେକ୍ଷା କରି ରହିଛନ୍ତି । ସେ କହିଛନ୍ତି ଚଳିତ ବର୍ଷର ବାକି ସମୟ ଲାଗି ଜି ୭ର ଅଧ୍ୟକ୍ଷ ହୋଇ ରହିବ ଓ ମୁଁ ପ୍ରଧାନମନ୍ତ୍ରୀ ମେଲୋନୀ ଓ ସମସ୍ତ ଜି ୭ ପାର୍ଟନରଙ୍କ ସହ ସେହି ସମସ୍ତ ପ୍ରସଙ୍ଗ ଉପରେ କାମ କରିବାକୁ ଉତ୍ସୁକ ଯାହା ଉପରେ ଆମେ ଆଲୋଚନା କରିଛୁ ।

୨୦୨୫ରେ ଆଲବର୍ଟରେ ହେବାକୁ ଥିବା ଜି ୭ସମ୍ମିଳନୀ ବିଷୟରେ ସେ କହିଛନ୍ତି ଯେତେବେଳେ ଆମେ ଆଗାମୀ ବର୍ଷ ଜି ୭ର ଅଧ୍ୟକ୍ଷତା ସମ୍ଭାଳିବୁ ସେତେବେଳେ ମୋ ପାଖରେ କହିବାକୁ ଆହୁରି ବହୁ ପ୍ରସଙ୍ଗ ବି ଥିବ । ଉଲ୍ଲେଖଯୋଗ୍ୟ କି ଚଳିତ ବର୍ଷ ଇଟାଲୀରେ ଆୟୋଜିତ ଜି ୭ ସମ୍ମିଳନୀରେ ଭାଗ ନେବାକୁ ଜର୍ଜିଆ ମେଲୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ସମ୍ମିଳନୀରେ ୟୁରୋପୀୟ ସଂଘ ସହିତ ୭ ସଦସ୍ୟ ଦେଶ ଆମେରିକା, ବ୍ରିଟେନ, କାନାଡା, ଜାପାନ, ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସ ସାମିଲ ହୋଇଥିଲେ ।

ତେବେ ପାଲେଷ୍ଟାଇନ୍ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟାରେ ଭାରତୀୟ ଏଜେଣ୍ଟର ହାତ ଥିବା ନେଇ କାନାଡା ସଂସଦରେ ଟ୍ରୁଡୋ କହିବା ପରେ ଭାରତ ଓ କାନାଡା ମଧ୍ୟରେ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଛି । ତେଣୁ ଜି ୭ ଶିଖର ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ କି ନା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.