fbpx

ଫେବୃୟାରୀ ୨୪ ଭିତରେ ଭାରତ ଗସ୍ତ କରିବେ ଟ୍ରମ୍ପ !

ନୂଆଦିଲ୍ଲୀ, ୭।୨: ଭାରତ ଗସ୍ତ ନେଇ ଭାରତୀୟ ରାଜଦୂତ ଗୁରୁବାର ହ୍ଵାଇଟ ହାଉସରେ  ଟ୍ରମ୍ପଙ୍କୁ ଭେଟିଛନ୍ତି । ତେବେ ଏହି ସମୟ ରେ ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କ ସହ ବିତେଇ ଥିବା ସମୟକୁ ମନେ ପକେଇ ଥିଲେ।
ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ। ଫେବୃଆରୀ  ୨୪ ସୁଧା ଭାରତ ଗସ୍ତ କରି ପାରନ୍ତି ଆମେରିକା ରାଷ୍ଟ୍ରପତି। ଏନେଇ ଆମେରିକା ପକ୍ଷ ରୁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ। ତେବେ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଈଁ ଭାରତ ଗସ୍ତ କରିବେ। ଏହି ଗସ୍ତ ସମୟ ରେ ଦୁଇ ଦେଶର ବହୁ ଘରୋଇ ଏବଂ ରାଜନୀତିକ ବିଷୟ ରେ ଚର୍ଚ୍ଚା ହେବା ନେଇ  ଆକଳନ କରାଯାଉଛି।

Get real time updates directly on you device, subscribe now.