ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିଲେନି ଟ୍ରମ୍ପ, ପୁଟିନଙ୍କ ସହ କଥା ହେଲେ ମୋଦୀ, ଏବେ ଯୁଦ୍ଧ ବନ୍ଦ!

ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦୀ।

ନୂଆଦିଲ୍ଲୀ: ଆଜି ଯାଏଁ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିପାରିଲେ ନାହିଁ।  ହେଲେ ଏବେ ଏହି ଯୁଦ୍ଧକୁ ବନ୍ଦ କରି ଦେଖାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏକଥା କହିବାର ତାତ୍ପର୍ଯ୍ୟ ଏହାକି ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।  ଯାହାକୁ ନେଇ ଏହି ଆଶଙ୍କା ବୃଦ୍ଧି ପାଉଛି।

କେବଳ ସେତିକି ନୁହେଁ ଆମେରିକା ରାଷ୍ଟ୍ରୁପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱ ଏହି ଆଲୋଚନା ଉପରେ ମଧ୍ୟ ନଜର ରଖିଛି।

ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବାକୁ ନେଇ ବିଶ୍ୱ ମଞ୍ଚରେ ବହୁତ ଆଲୋଚନା ଚାଲିଛି।

ଏପରି ପରିସ୍ଥିତିରେ ଭାରତ ଏବଂ ରୁଷ ମଧ୍ୟରେ ଏହି ଆଲୋଚନା କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଆର୍ଥିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।