‘ମୋତେ ଏହି ବିଷୟରେ କିଛି ଜଣା ନାହିଁ..’, ଭାରତ ସତ କହିବାରୁ ଚମକି ପଡ଼ିଲେ ଟ୍ରମ୍ପ

ମୋତେ କିଛି ଜଣା ନାହିଁ ବୋଲି ଏମିତି କାହିଁକି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ, ତାଙ୍କୁ ଏହି ବିଷୟରେ କିଛି ଜଣା ନାହିଁ ଯେ, ଆମେରିକା ୟୁରାନିୟମ୍ ଏବଂ ସାର ରୁଷଠାରୁ କିଣୁଛି । ଏହି ଦାବି ଭାରତ ମସ୍କୋ ସହ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ କରିଥିଲା ।

ଯେତେବେଳେ ଭାରତ ଦାବି କରିଥିଲା ଯେ, ୱାଶିଂଟନ ରୁଷ ସହ ବ୍ୟାପାର ଜାରି ରଖି ଏହାକୁ ଟାର୍ଗେଟ୍ କରୁଛି, ଏହି ସମୟରେ ଟ୍ରମ୍ପ କହିଥିଲେ ଯେ, ମୁଁ ଏ ବିଷୟରେ କିଛି ଜାଣିନାହିଁ । ମୋତେ ଏହା ଉପରେ ଯାଞ୍ଚ କରିବାକୁ ପଡ଼ିବ ।

ଏଏନଆଇ ମୁତାବକ ଚୀନ ସମେତ ରୁଷୀୟ ଶକ୍ତି କିଣୁଥିବା ସମସ୍ତ ଦେଶମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ବିଷୟରେ ପଚରାଯିବାକୁ ନେଇ ଟ୍ରମ୍ପ କହିଥିଲେ ଯେ, ମୁଁ କେବେ ପ୍ରତିଶତ କହିନାହିଁ, ହେଲେ ଆମେ ଏହାର ବଡ଼ ଅଂଶ ଲଗାଇବୁ । ଆମେ ଦେଖିବୁ ଯେ, ଆଗାମୀ କିଛି ସମୟରେ କଣ ହେଉଛି । କାଲି ଆମର ରୁଷ ସହ ବୈଠକ ଅଛି ।

ଏହା ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହା ବାଇଡେନଙ୍କ ଯୁଦ୍ଧ ଏବଂ ଆମେ ଏଥିରୁ ବାହାରିବା ଲାଗି ବହୁତ ଚେଷ୍ଟା କରୁଛୁ । ମୁଁ ଗତ ପାଞ୍ଚ ମାସରେ ପାଞ୍ଚଟି ଯୁଦ୍ଧ ରୋକିଛି ଏବଂ ସତ କହିବାକୁ ଗଲେ ମୁଁ ଚାହୁଁଛି ଯେ, ଏହା ଷଷ୍ଠ ଯୁଦ୍ଧ । ବାକି ଯୁଦ୍ଧ ମୁଁ କିଛି ଦିନରେ ରୋକିଛି ।