fbpx

ଯାଜପୁରରେ ଯକ୍ଷ୍ମା ଆତଙ୍କ, ୪ ଜଣଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ଯକ୍ଷ୍ମା ଆତଙ୍କ ଦେଖାଦେଇଛି । ଏଠାରେ ୧୩ ଦିନ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ମାନବଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗ ପରେ ଏବେ ମାନବଧିକାର କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ୭ ଦିନ ଭିତରେ ଜବାବ ତଲବ କରାଯାଇଛି । କେନ୍ଦ୍ରସରକାର ୨୦୨୪ ସୁଦ୍ଧା ସାରା ଭାରତକୁ ଯକ୍ଷ୍ମା ମୁକ୍ତ ଭାବରେ ଗଢିବା ପାଇଁ ଘୋଷଣା କରିଥିବା ବେଳେ ଏଠାରେ ଏହି ଜବାବର ବ୍ୟତିକ୍ରମ ଦେଖା ଯାଉଛି ।

ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ମଧ୍ୟରେ କଅଁସ ପଞ୍ଚାୟତର କଲରଙ୍ଗୀ ୨ନଂ ୱାର୍ଡ ଅନ୍ତର୍ଗତ କୁମାରଡ଼ିଙ୍ଗା ଗାଁର ସାହେବ ଜାମୁଡା(ରଞ୍ଜନ) ଯକ୍ଷ୍ମା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଏଥିପୂର୍ବରୁ ଗଣେଶ୍ୱର ଜାମୁଦାଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ସେହିପରି କଂଅସ ପଞ୍ଚାୟତ ଜାଗିରିସାହିର ମହାନ୍ତି ସିଧୁ, ଓ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗାର ଶଙ୍କର ମୁଣ୍ଡା, କାଳିଆପାଣି ହନୁମାନ ବଜାର ଅଞ୍ଚଳର ନିରାଶ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। ସୁକିନ୍ଦାର ଖଣି ଉପତ୍ୟାକା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏବେ ବି ୨୦୦ରୁ ଉର୍ଦ୍ଧ ରୋଗୀ ଏହି ଭୟଙ୍କର ରୋଗର ଶୀକାର ହୋଇ ଚିକିତ୍ସିତ ହେଉଛନ୍ତି। ସୁକିନ୍ଦାରେ ଯକ୍ଷ୍ମା ମୃତ୍ୟୁ ସଂଖ୍ୟା ବଢିବା ସହିତ ଦିନକୁ ଦିନ ବଢୁଛି ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ।

Get real time updates directly on you device, subscribe now.