fbpx

ପୁଣି ‘ହସ୍ତର୍’କୁ ଦେଖି ଥରିବେ ଦର୍ଶକ… ସୋହମ ଶାହାଙ୍କ ‘ତୁମ୍ବାଡ୍’ ପୋଷ୍ଟଦେଖି ପ୍ରଶଂସକ ଉତ୍ସାହିତ

ମୁମ୍ୱାଇ: ଲୋଭ ମଣିଷକୁ କିଛି ବି ବନାଇଦିଏ। ହରର ଫିଲ୍ମ ‘ତୁମ୍ବାଡ’ରେ ତାହା ଭଲ ଭାବରେ ଦର୍ଶାଯାଇଛି। ଏହି କାହାଣୀ ଏକ ଅଭିଶାପ ବିଷୟରେ ଯେଉଁଥିରେ ‘ହସ୍ତାର’ କିଛି ଗୁପ୍ତ ଧନକୁ ସୁରକ୍ଷା ଦେଇଥାଏ । କିନ୍ତୁ ସେହି ଗୁପ୍ତ ଧନକୁ ହେହି ବାହାର କରିନେଇଯାଏ। ଏହି ଫିଲ୍ମରେ ବିନାୟକ ରାଓଙ୍କ ଭୂମିକାରେ ଅଭିନୟ କରିଛନ୍ତି ସୋହମ ଶାହା । ‘ସ୍ତ୍ରୀ-୨’ ଓ ‘ମୁଞ୍ଜୟ’ ଫିଲ୍ମର ସଫଳତା ପରେ ସୋହମ୍ ଶାହା ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିବା ପରେ ‘ତୁମ୍ବାଡ୍-୨’ର ଆଗମନ ଖବର ସବୁଆଡ଼େ ବ୍ୟାପି ଯାଇଛି।

ଫିଲ୍ମ ‘ତୁମ୍ବାଡ’ର ଅଭିନେତା ସୋହମ ଶାହା ଇନଷ୍ଟାଗ୍ରାମରେ ଏକ ସାନ୍ଦାର୍ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି- ‘ମୁଁ ହସ୍ତାରଙ୍କ ସହ ଚିଲିଂ କରୁଛି। ଫଟୋରେ ସୋହମ୍ ଶାହ ‘ତୁମ୍ବାଡ୍’ର ଏକ ନାଟକୀୟ ଦୃଶ୍ୟରେ ନଜର ଆସିଛନ୍ତି, ଯେଉଁଥିରେ ରାକ୍ଷସ ହସ୍ତାର ତାଙ୍କୁ ପଛପଟୁ ଦେଖୁଛି। ଫଟୋର କଳା ଏବଂ ନାଟକୀୟ ଲୁକ୍ ଏବଂ ରହସ୍ୟମୟ କ୍ୟାପ୍ସନ୍ ସୂଚାଉଛି ଯେ ଏହି ପୋଷ୍ଟରେ ଆହୁରି ଲୁଚି ରହିପାରେ ।

 

View this post on Instagram

 

A post shared by Sohum Shah (@shah_sohum)

‘ତୁମ୍ବାଡ୍’ ଏକ ହରର କଲ୍ଟ କ୍ଲାସିକ୍ । ଶାହାଙ୍କ ଏହି ଫଟୋ ଫିଲ୍ମର ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ଲୋକଙ୍କୁ ଉତ୍ସାହିତ କରିଥିଲା । ଫିଲ୍ମର ହରର ଫଟୋ ଏବଂ ଏହି ନୂଆ ଝଲକ ସହିତ ଲୋକମାନେ ଅନୁଭବ କରୁଛନ୍ତି ଯେ ଏହା ଏହାର ରହସ୍ୟମୟ ଦୁନିଆ ସହିତ ଫେରିପାରେ । ଯଦିଓ ସୋହମ କିମ୍ବା ଫିଲ୍ମର ନିର୍ମାତା ଏ ନେଇ କୌଣସି ସୂଚନା ଦେଇନାହାଁନ୍ତି, ତଥାପି ତାଙ୍କର ଏହି ପୋଷ୍ଟକୁ ନେଇ ଅନେକ ଉତ୍ସୁକତା ସୃଷ୍ଟି ହୋଇଛି । ଏହା କ’ଣ ଏକ ସଙ୍କେତ ଯେ ତୁମ୍ବାଡ୍ ଆଉଥରେ ପ୍ରେକ୍ଷାଳୟକୁ ଫେରିବ ଏବଂ ଦର୍ଶକମାନେ ତାଙ୍କ ହରର କାହାଣୀକୁ ପୁଣି ଥରେ ଦେଖିବାର ସୁଯୋଗ ପାଇବେ ?

 

 

Get real time updates directly on you device, subscribe now.