ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଓଡ଼ିଶାରେ ମଣିଷଖିଆ କୁମ୍ଭୀରର ଆତଙ୍କ ଘାରି ରହିଛି । ଏଭଳି ଏକ ପରିସି୍ଥତିରେ ଆଉ ଏକ ଅଜବ ଏବଂ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା ହୋଇଛି । କେବଳ କୁମ୍ଭୀର ନୁହେଁ, ଏବେ କଇଁଛ ବି ମଣିଷ ମାଂସଖାଇବା ଆରମ୍ଭ କରି ଦେଇଛି । କଥା ଟା ବିଶ୍ୱାସ କରିବା ସେତେ ସହଜ ନୁହେଁ, କିନ୍ତୁ ଏହା ସତ । ଭାରତର ଗୋଟିଏ ସ୍ଥାନରେ କଇଁଛମାନେ ମଣିଷ ମାଂସ ଖାଇବା ପାଇଁ ପାଗଳ ହୋଇଯାଆନ୍ତି ।
କଇଁଛ ଏକ ତୃଣଭୋଜି ପ୍ରାଣୀ ବୋଲି ସମସ୍ତେ ଜାଣିଛନ୍ତି । ନିଜର ପସନ୍ଦ ଅନୁସାରେ ସବୁଜ ରଙ୍ଗର ଖାଦ୍ୟ ପ୍ରତି ଅଧିକ ଅକୃଷ୍ଟ ହୋଇଥାଆନ୍ତି କଇଁଛ ଜାତି । ମାତ୍ର ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ କଇଁଛ ସବୁବେଳେ ଖାଆନ୍ତି ମାଂସ । ଗୋଟିଏ କି ଦୁଇଟି କଇଁଛ ନୁହେଁ, ବରଂ ପଲ ପଲ କଇଁଛ ଆସି ଏଠାରେ ମଣିଷ ମାଂସ ଖାଇଥାଆନ୍ତି । ଗଙ୍ଗା ନଦୀରେ ରହିଥିବା ସମସ୍ତ କଇଁଛମାନେ ମଣିଷ ମାଂସ ଖାଇଥାଆନ୍ତି ବୋଲି ଜାଣିବାକୁ ମିଳିଛି । ତେବେ ଏଭଳି କରିବା ପଛରେ ସରକାରଙ୍କର ମଧ୍ୟ ହାତ ରହିଛି । ସରକାରୀ ଯୋଜନା ପାଇଁ କଇଁଛମାନେ ଏଠାକୁ ଆସି ମଣିଷମାଂସ କାଇବାରେ ଲାଗିଛନ୍ତି । ଗଙ୍ଗା ନଦୀରେ ଭାସୁଥିବା ମୃତଦେହର ଅଂଶବିଶେଷକୁ ଶେଷ କରିବା ସହ ନଦୀଜଳକୁ ସ୍ୱଚ୍ଛ ରକିବା ଉଦ୍ଦେଶ୍ୟରେ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ଏହିସବୁ ମାଂସ ତଥା ଅସ୍ଥିକୁ କଇଁଛମାନେ ନିଜର ଆହର ଭାବରେ ଗ୍ରହଣ କଲେ ନଦୀ ଆପେ ଆପେ ସ୍ୱଚ୍ଛ ହୋଇପାରିବ ବୋଲି ଆଶା କରାଯାଉଥିଲା ।
ବିଶ୍ୱାସ ରହିଛି ଯେ ଗଙ୍ଗା ନଦୀରେ ମୃତବ୍ୟକ୍ତିଅସ୍ଥି ବିସର୍ଜନ କଲେ ଆତ୍ମାର ସଦଗତି ଓ ସ୍ୱର୍ଗପ୍ରାପ୍ତି ମିଳିଥାଏ । କିନ୍ତୁ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରିବା ପରେ ନଦୀକୁ ମାଛ ଧରିବାକୁ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ମାଛ ଜାଲରେ ବାରମ୍ବାର ମୃତଦେହରୁ ଅସ୍ଥି ତଥା ପୋଡାଜଳା ମାଂସ ଖଣ୍ଡ ଲାଗୁଥିଲା । ତେଣୁ ଏହି ମସସ୍ୟାକୁ ଦୂର କରିବାକୁ ଯାଇ ୧୯୮୦ ମସିହାରେ ସରକାରଙ୍କ ଯୋଜନା ଅନୁସାରେ, ମାଂସ ଖାଉଥିବା କଇଁଛମାନଙ୍କୁ ଆଣି ଏହି ନଦୀରେ ଛଡା ଯାଇଥିଲା । ଉତ୍ତର ପ୍ରଦେଶ ଲକ୍ଷେ୍ନøରେ ଏକ ଫାର୍ମରେ କଇଁଛ ଚାଷ କରାଯାଇ ସେମାନଙ୍କୁ ପୋଡା ମଣିଷମାଂସ ଖାଇବାକୁ ଦିଆଯାଏ । ଏହି ପାର୍କରୁ ୨୫ ହଜାର କଇଁଛ ଆଣି ଗଙ୍ଗା ନଦୀରେ ଛଡା ଯାଇଥିଲା ।
ତେବେ କଇଁଛ ମାନଙ୍କର ସଠିକ ରକ୍ଷାଣ ବେକ୍ଷଣା ନହେବା ଯୋଗୁଁ କଇଁଛମାନେ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ବଂଶବୃଦ୍ଧି ହୋଇପାରି ନଥିଲା । ଯାହାଫଳରେ ସରକାରଙ୍କ ଯୋଜନା ବିଫଳ ହୋଇଥିଲା । ଏହାପରେ ୨୦୧୪ ମସିହାରେ ସରକାର ଏହି ଯୋଜନାକୁ ପନର୍ବାର ଲାଗୁ କରିଥିଲେ ।