fbpx

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା ଏବେ ବିଧାନସଭାରେ ପହଞ୍ଚିଛି । ରାଗିଂ ଯୋଗୁଁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଦର୍ଶାଇ ସୋମବାର ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ।

ଯାହାପରେ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ସମ୍ବେଦନଶୀଳ ଓ ଦୁଃଖଦ ବୋଲି କହିବା ସହ ପରିିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ଏହି ଘଟଣାକୁ ନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଛି, ପୋଲିସକୁ ମଧ୍ୟ ଏକ ଚିଠି ମିଳିଛି ।

ମୃତ ରୁଚିକାକଙ୍କ ମା’ଙ୍କ ରିପୋର୍ଟ ଉପରେ ବଡ଼ଗଡ଼ ଥାନାରୋ ୨୨୬/୨୨ ନମ୍ବର କେସ୍, ଆଇପିସି ଦଫା ୩୦୬ ଏବଂ ୩୪ ରେ ପଞ୍ଜୀକୃତ ହୋଇଛି । ଡିସିପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି ।

ସେ ଆହୁିର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂଯାୟୀ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଗିଂକୁ ରୋକିବା ପାଇଁ ଗୃହ ବିଭାଗ ତରଫରୁ ଜାରି ହୋଇଥିବା ଏସଓପି କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ଶନିବାର ବିଜେବି କଲେଜର କାରୁବାକୀ ହଷ୍ଟେଲର ୨୦୧ ନମ୍ବର ରୁମରୁ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରୁଚିକା ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଇତିହାସ ସ୍ନାତକ ଶ୍ରେଣୀର ଛାତ୍ରୀ । ତାଙ୍କ ରୁମ୍ ରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଥିଲା । ଏଥିରେ ତାଙ୍କର ମୃତ୍ୟୁ ପାଇଁ ୩ ସିନିୟର ଦାୟୀ ବୋଲି ଉଲ୍ଲେଖ ରହିଥିଲା । ତେବେ ଏହି ୩ ସିନିୟର କିଏ, ତାହା ଲେଖାନଥିଲା ।

 

Get real time updates directly on you device, subscribe now.