fbpx

ଟିଉସନ ସାରଙ୍କ ମାଡରେ ଛାତ୍ର ଗୁରୁତର

ସୋର(ଓଡିଶା ଭାସ୍କର): ବାଲେଶ୍ବର ଜିଲ୍ଲା ସୋର ବ୍ଲକ ବାଗୁଡ଼ିରେ ଦେଖିବାକୁ ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଟିଉସନ ସାର ରାଗରେ ଆସି ବଳରାମ ନାୟକଙ୍କ ପୁତ୍ର ଉତ୍ତମ ନାୟକ(୧୫)ଙ୍କୁ ମାଡ଼ ମାରିଛନ୍ତି । ଯାହାଫଳରେ ଛାତ୍ର ଉତ୍ତମ ଗୁରୁତର ହୋଇପଡିଛି । ଉତ୍ତମ ବାଗୁଡ଼ି ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢେ ।

ସୂଚନା ଅନୁସାରେ, ସବୁଦିନ ପରି ଆଜି ସକାଳେ ବାଗୁଡ଼ି ପେଟ୍ରୋଲ ଟାଙ୍କି ନିକଟରେ ଥିବା ଗୁରୁକୂଳ ଟିଉସନକୁ ଉତ୍ତମ ଯାଇଥିଲେ । କିନ୍ତୁ ପୂର୍ବରୁ ରାଗରେ ଥିବା ଟିଉସନ ସାର ହିମାଂଶୁ ନାୟକ ଯିଏକି ମୁଁଳିସିଂ ହାଇସ୍କୁଲରେ ଶିକ୍ଷକ ଅଛନ୍ତି ଅଚାନକ ଉତ୍ତମକୁ ବେତ ବାଡ଼ିରେ ନିର୍ଧୁମ ମାଡ ମାରିଥିଲେ। ସାରଙ୍କ ମାଡରେ ଉତ୍ତମଙ୍କର ଦେହ ଫାଟି ରକ୍ତାକ୍ତ ହେଇଯାଇଥିଲା । ଏହାପରେ ସେ ଘରକୁ ଯାଇ ବାପାଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ସୋର ଥାନାରେ ଅଭିଯୋଗ କରିଛନ୍ତି ଉତ୍ତମଙ୍କ ବାପା ।

Get real time updates directly on you device, subscribe now.