fbpx

ହନିଟ୍ରାପ ମାମଲାରେ ଟିଭି ଅଭିନେତ୍ରୀ ଗିରଫ: ଉଲଗ୍ନ ଫଟୋ ଦେଖାଇ ବ୍ଲାକମେଲ କରୁଥିବା ଅଭିଯୋଗ

Advertisement

ମୁମ୍ବାଇ: ସାରା ଦେଶରେ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି ହନିଟ୍ରାପ ମାମଲା । ଏହି ମାମଲାରେ ବର୍ତ୍ତମାନ ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀଙ୍କୁ ଗିରଫ କରିଛି ପୋଲିସ । ୭୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ନଗ୍ନ ଫଟୋ ଦେଖାଇ ବ୍ଲାକମେଲ କରିବା ସହ ଟଙ୍କା ମାଗୁଥିବା ନେଇ ଏହି ଅଭିନେତ୍ରୀଙ୍କ ନାମରେ ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି । ପ୍ରଥମେ ବନ୍ଧୁତା ଆଉ ପରେ ନିଜ ପୁରୁଷ ବନ୍ଧୁଙ୍କୁ ସେ ହନିଟ୍ରାପ ଜାଲରେ ଫସାଇ ତାଙ୍କଠୁ ୧୧ ଲକ୍ଷ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ ।

ସୂଚନା ଅନୁସାରେ, ଭଡ଼ାଘର ଖୋଜିବା ସମୟରେ ଏହି ବ୍ୟକ୍ତିଙ୍କ ସହ ପରିଚିତ ହୋଇଥିଲେ ମାମଲାୟଲାମ ଟିଭି ଅଭିନେତ୍ରୀ । ଏହାପରେ ଉଭୟଙ୍କ ମଧ୍ୟରେ ଏକ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରସ୍ପରଙ୍କ ଘରକୁ ମଧ୍ୟ ଯିବା ଆସିବା କରୁଥିଲେ । ତେବେ ଏହାମଧ୍ୟରେ ପୀଡିତ ବ୍ୟକ୍ତିଙ୍କୁ ଥରେ ଜବରଦସ୍ତ କରି ଉଲଗ୍ନ କରାଯିବା ସହ ଅଭିନେତ୍ରୀ ତାଙ୍କର ଫଟୋ ଉଠାଇ ନେଇଥିଲେ । ଏହି ଘଟଣାରେ ଅଭିନେତ୍ରୀଙ୍କୁ ତାଙ୍କର ଜଣେ ବନ୍ଧୁ ମଧ୍ୟ ସହଯୋଗ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି । ଏହାପରେ ଉଭୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲ କରିବା ସହ ୨୫ ଲକ୍ଷ ଟଭ୍କା ଦେବା ପାଇଁ କହିଥିଲେ । ନଚେତ୍ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଦେବା ନେଇ ଧମକ ଦେଇଥିଲେ ଅଭିନେତ୍ରୀ ଏବଂ ବନ୍ଧୁ । ତେବେ ଥରେ ନୁହେଁ, ବାରମ୍ବାର ତାଙ୍କୁ ଟଙ୍କା ଦେବା ପାଇଁ ଧମକ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି ।

ବାରମ୍ବାର ଟଙ୍କା ପାଇଁ ଧମକ ଦେବାରୁ ପୀଡିତ ବ୍ୟକ୍ତି ସେମାନଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଏହି ମାମଲାର ଖୋଳତାଡ଼ କରୁଥିବା ବେଳେ ଅଭିନେତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିବା ପରେ ରିମାଣ୍ଡରେ ନେଇଛି ପୋଲିସ । ତେବେ ଉଭୟ ଏହି ମାମଲାରେ ସମ୍ପୃକ୍ତିକୁ ନେଇ ପୋଲିସ ଏବେ ବି ଛାନଭିନ ଜାରି ରଖିଛି ।

Get real time updates directly on you device, subscribe now.