fbpx

ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ମହେବୁବା ନଗର ନିକଟରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେଲୁଗୁ ଟେଲିଭିଜନ ସିରିଜ ‘ଟ୍ରିନୟାନୀ’ରେ ତିଳୋତ୍ତମା ଭୂମିକାରେ ଅଭିନୟ କରି ପବିତ୍ରା ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ପବିତ୍ରାଙ୍କ ଅଚାନକ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଖବର ମୁତାବକ, ହାଇଦ୍ରାବାଦରୁ ବନାପାର୍ଥୀ ଅଭିମୁଖେ ଆସୁଥିବା ଏକ ବସ କାରର ଡାହାଣ ପଟେ ଧକ୍କା ଦେଇଥିଲା । ଫଳରେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲ । ଏହି ଦୁର୍ଘଟଣାରେ ପବିତ୍ରା ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ହାନାକେରେକୁ ଫେରୁଥିବା ସମୟରେ ଏହି ଅଘଟଣ ଘଯିଥିଲା । ଏହି ଦୁର୍ଘଟଣାରେ ପବିତ୍ରାଙ୍କର ଜଣେ ସମ୍ପର୍କୀୟ, ଡ୍ରାଇଭର ଓ ଅଭିନେତା ଚନ୍ଦ୍ରକାନ୍ତ ଗୁରୁତର ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.