fbpx

ବିବାଦୀୟ ବୟାନ ଦେଇ ଫସିଲେ ଶ୍ୱେତା ତିୱାରୀ, କହିଲେ- ‘ମୋ ବ୍ରା ସାଇଜ୍…’; ଦେଖନ୍ତୁ ଭିଡିଓ

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ଫିଟନେସ୍ ଓ ଦମଦାର୍ ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜର ଫିଗର୍ ପାଇଁ ସେ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ହେଲେ ଏବେ ଶ୍ୱେତା ଏଭଳି ଏକ ବୟାନ ଦେଇଛନ୍ତି ଯେଉଁଥିପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏକ ବିବାଦୀୟ ବୟାନକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ ମାନେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ନିଜର ବ୍ରା ସାଇଜ୍ ଓ ଭଗବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଶ୍ୱେତା ।

ବୁଧବାର ଦିନ ଶ୍ୱେତା ତିୱାରୀ ନିଜର ଆଗାମୀ ୱେବସିରିଜ୍ ଘୋଷଣା ପାଇଁ ଭୋପାଳରେ ପହଞ୍ଚିଥିଲେ । ସେ ପୂରା ଟିମ୍ ସହିତ ଏକ ଫ୍ରେସ୍ କନଫରେନ୍ସରେ ଭାଗ ନେଇଥିଲେ । ଏଠାରେ ମିଡିଆ ସହିତ କଥା ହେବା ସମୟରେ ଶ୍ୱେତାଙ୍କ ବିବାଦୀୟ ବୟାନ ସାମନାକୁ ଆସିଛି । ସେ କହିଛନ୍ତି ଯେ, “ମୋ ବ୍ରା ସାଇଜ୍ ଭଗବାନ ନେଉଛନ୍ତି” । ତେବେ ତାଙ୍କର ଏଭଳି ବୟାନ ଫ୍ୟାନ୍ସଙ୍କ କ୍ରୋଧକୁ ବଢ଼ାଇ ଦେଇଛି । ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି । ସୂଚନା ଯେ, ଶ୍ୱେତା ନିଜର ଆଗାମୀ ୱେବସିରିଜ୍ ଶୋ ଷ୍ଟପର୍ ର ଆନାଉସମେଣ୍ଟ୍ ପାଇଁ ଭୋପାଳରେ ପହଞ୍ଚିଥିଲେ ।

Get real time updates directly on you device, subscribe now.