fbpx

ଏହାକୁ କହନ୍ତି ଭାଗ୍ୟ: କେବଳ ସେଲଫି ବିକ୍ରି କରି ରୋଜଗାର କଲେ ୭ କୋଟି

ନୂଆଦିଲ୍ଲୀ: ସେଲଫିକୁ ସାଧାରଣତଃ ଯୁବପୀଢ଼ିମାନେ ଏକ ଫେସନ୍ ଭାବେ ଗ୍ରହଣ କରିଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ ଏଥିରୁ ଆପଣ କୋଟି କୋଟି ଟଙ୍କା ଇନକମ କରିପାରିବେ, ଏକଥାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ । ଜଣେ ୨୨ ବର୍ଷୀୟ ଯୁବକ ସେଲଫି ଦ୍ୱାରା କୋଟିପତି ବନି ଯାଇଛନ୍ତି । ସେଲଫି ବିକ୍ରି କରି ସେ ୭ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବା ସହ ଉକ୍ତ ଯୁବକଙ୍କ ବିଷୟରେ ସମସ୍ତେ ଅଧିକ ତଥ୍ୟ ଜାଣିବା ପାଇଁ ସର୍ଚ୍ଚ କରୁଥିବା ଜଣାପଡ଼ିଛି ।

ଏକ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ରହୁଥିବା ସୁଲତାନ ଗୁସ୍ତାଫ ଅଲ ଗୋଜାଲି ନାମକ ଜଣେ ଯୁବକ ‘ଗୋଜାଲି ଏବ୍ରିଡେ’ ନାମକ ଏକ ଭିଡିଓ ପ୍ରୋଜେକ୍ଟ ନିର୍ମାଣ କରିଥିଲେ । ସେ ଲୋକଙ୍କୁ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ନନ-ଫଞ୍ଜିବୁଲ ଟୋକେନ (ଏନଏଫଟି) ଗୋଜାଲିଙ୍କ ଏହି ପ୍ରୋଜେକ୍ଟ ଓ ପିକଚର୍ସକୁ କିଣି ନେଇଛି । ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଗୋଜାଲି ଏକ ହଜାର ସେଲଫିକୁ ଏକତ୍ର କରିଥିଲେ । ତେବେ ଏହି ସେଲଫିର ଦାମ୍ ଗୋଜାଲି ମାତ୍ର ୩ ଡଲାର ରଖିଥିବା ବେଳେ ତାକୁ କେହି କିଣିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ବୋଲି କହିଛନ୍ତି । ଗୋଜାଲିଙ୍କ ପ୍ରୋଜେକ୍ଟର ଛବିକୁ ଜଣେ ବ୍ୟକ୍ତି କିଣିବା ସହ ତାହାକୁ ସୋସିଆଲ ମିଡ଼ିଆରେ ପ୍ରମୋସନ କରାଇଥିଲେ । ଏହାପରେ ୪୦୦ରୁ ଅଧିକ ଲୋକ ଏହି ଫଟୋଗୁଡ଼ିକୁ କିଣିବାରେ ଲାଗିଥିଲେ । ଫଳରେ ଗୋଜାଲି ଏପରି ଭାବେ କୋଟି କୋଟି ଟଙ୍କା ରୋଜଗାର କରିଥିଲେ ଓ ତାଙ୍କର ଘରଲୋକେ ଏନେଇ କିଛି ଖବର ପାଇନଥିଲେ ।

Get real time updates directly on you device, subscribe now.