fbpx

ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି ସପାରେ ସାମିଲ, କହିଲେ- ‘ଅଖିଳେଶଙ୍କ ନେତୃତ୍ୱରେ ଭରସା…’

ଲଖନଉ: ଏସିଆର ସବୁଠାରୁ ଡେଙ୍ଗା ବ୍ୟକ୍ତି ବୋଲି ଦାବି କରୁଥିବା ଧର୍ମେନ୍ଦ୍ର ପ୍ରତାପ ସିଂ ସମାଜବାଦୀ ପାର୍ଟି ବା ସପାରେ ସାମିଲ ହୋଇଛନ୍ତି । ସମାଜବାଦୀ ପାର୍ଟି ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ପଟେଲ୍ ତାଙ୍କୁ ଦଳରେ ସାମିଲ କରିଛନ୍ତି । ଅଖିଳେଶ ଯାଦବଙ୍କ ସମେତ ଦଳର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଧର୍ମେନ୍ଦ୍ର ପ୍ରତାପ ସିଂହ ଉଠାଇଥିବା ଫଟୋଟିଏ ମଧ୍ୟ ଦଳ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛି । ଏ ସଙ୍କ୍ରାନ୍ତରେ ବିବୃତି ଦେଇ ସମାଜବାଦୀ ପାର୍ଟି କହିଛି, ଦଳର ନୀତି ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ୱ ଉପରେ ବିଶ୍ୱାସ ବ୍ୟକ୍ତ କରି ପ୍ରତାପଗଡ଼ର ଧର୍ମେନ୍ଦ୍ର ପ୍ରତାପ ସିଂହ ସମାଜବାଦୀ ପାର୍ଟିର ସଦସ୍ୟତା ହାସଲ କରିଛନ୍ତି ।

ତେବେ ଉତ୍ତାରପ୍ରଦେଶ ପ୍ରତାପଗଡ଼ର ବାସିନ୍ଦା ଧର୍ମେନ୍ଦ ପ୍ରତାପ ସିଂଙ୍କ ଉଚ୍ଚତା ୮ ଫୁଟ ୨ ଇଞ୍ଚ । ଧର୍ମେନ୍ଦ୍ର ନିଜ ଉଚ୍ଚତାକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ସେ ଯେଉଁଆଡେ ଯାଆନ୍ତି, ସେଠାରେ ଭିଡ଼ ଜମିଥାଏ । ଶନିବାର ଦିନ ସେ ସପାରେ ସାମିଲ ହେବା ପରେ ପୁଣି ଚର୍ଚ୍ଚାର କାରଣ ପାଲଟିଥିଲେ । ‘ଗିନିଜ୍ ୱାର୍ଲଡ୍ ରେକଡ୍’ରେ ସ୍ଥାନ ପାଇଥିବା ୪୬ ବର୍ଷିୟ ଧମେନ୍ଦ୍ର ମଧ୍ୟ ଏସିଆର ଅନ୍ୟତମ ଡେଙ୍ଗା ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି । ସେ ଚାକିରି କରିନାହାନ୍ତି କି ବାହା ହୋଇ ନାହାନ୍ତି । ସେ ଦଳରେ ସାମିଲ ହୋଇଥିବା ନେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ପଟେଲ ଘୋଷଣା କରିଛନ୍ତି । ତାଙ୍କର ଏଣ୍ଟ୍ରି ଯୋଗୁଁ ପାର୍ଟିକୁ ବିଧାନସଭା ନିର୍ବାଚନରେ ଫାଇଦା ମିଳିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.