fbpx
BSKY
BJD SHG SKY
BJD MC SKY

୫୦ ବର୍ଷରେ ସ୍ନାତକୋତ୍ତର ହାସଲ କରିଲେ ଟ୍ୱିଙ୍କିଲ ଖନ୍ନା, ଭାବପୂର୍ଣ୍ଣ ପୋଷ୍ଟ ଶେୟାର କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି କିଙ୍ଗ୍ ଭାବେ ଜଣାଶୁଣା ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ନିକଟରେ ନିଜର ସ୍ନାତକୋତ୍ତର ସଫଳତାପୂର୍ବକ ସମାପ୍ତ କରିଛନ୍ତି । ଏନେଇ ଅକ୍ଷୟ କୁମାର ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟ୍ୱିଙ୍କିଲ ଖନ୍ନାଙ୍କ ପାଇଁ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତି ।

‘ଦୁଇ ବର୍ଷ ପୂର୍ବରୁ ଯେତେବେଳେ ତୁମେ ପଢ଼ିବ ବୋଲି କହିଥିଲ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । କିନ୍ତୁ ଯେଉଁଦିନ ମୁଁ ଜାଣିଲି ଯେ ଅଫିସ୍‌, ଘର, ମୋତେ ଓ ପିଲାମାନଙ୍କ ସହ ତୁମ ଛାତ୍ର ଜୀବନକୁ ସଫଳତାର ସହ ମ୍ୟାନେଜ କରିପାରିଲ ସେଦିନ ଭାବିଲି ଯେ ମୁଁ ଜଣେ ସୁପର ୱୋମେନ୍ ସହ ବିବାହ କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମୁଁ ଟିକେ ଅଧିକ ପଢ଼ିଥାନ୍ତି ତେବେ ଆଜି ତୁମ ସ୍ନାତକୋତ୍ତର ଅବସରରେ ଆଉ କିଛି ଶବ୍ଦ ଲେଖିପାରିଥାନ୍ତି ଯେ ମୋତେ କେତେ ଗର୍ବ ଅନୁଭବ ହେଉଛି, ଟିନା । ତୁମକୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଇ ଲଭ୍ ୟୁ । ଏହି ପୋଷ୍ଟରେ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସମାନେ କମେଣ୍ଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.