fbpx

ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କର ଦୂର ହେଲା ଟେନସନ, ବୈଜ୍ଞାନିକମାନେ ତିଆରି କଲେ ସଲିଡ ଷ୍ଟେଟ ବ୍ୟାଟେରୀ, ୧୦ ମିନିଟରେ ଫୁଲ ହେବ ଚାର୍ଜ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କ ପାଇଁ ସବୁଠାରୁ ବଡ଼ ଟେନସନ ହେଉଛି ଏହାର ଚାର୍ଜିଙ୍ଗ । ଇଲେକ୍ଟ୍ରିକ ଗାଡ଼ିରେ ହେବୀ ଡ୍ୟୁଟି ଲିଥିୟମ ବ୍ୟାଟେରୀ ଲାଗୁଛି, ଯେଉଁଥିରେ ଚାର୍ଜ କରିବା ପାଇଁ ବହୁତ ସମୟ ଲାଗିଥାଏ । ବହୁ ଇଲେକ୍ଟ୍ରିକ ଗାଡି ତିଆରି କରୁଥିବା କମ୍ପାନୀମାନ ଟୁ-ହ୍ୱିଲର୍ସ ପାଇଁ ବ୍ୟାଟେରୀ ସ୍ୱାପିଙ୍ଗର ଅପସନ ଦେଉଛି । ହେଲେ କାରର ବ୍ୟାଟେରୀକୁ ସ୍ୱାପ କରିବା ଅସମ୍ଭବ ଅଟେ । ହାଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କ ପାଇଁ ଏହି ଟେନସନକୁ ଦୂର କରିଛି । ରିସର୍ଚରମାନେ ଏପରି ସଲିଡ ଷ୍ଟେଟ ବ୍ୟାଟେରୀ ତିଆରି କରିଛନ୍ତି । ଯେଉଁଥିରେ ୧୦ ମିନିଟରେ ଫୁଲ ଚାର୍ଜ କରାଯାଇପାରିବ ।

ହାଭାର୍ଡ ବିଶ୍ୱବିଦ୍ୟାଳୟ ରିସର୍ଚରଙ୍କ କହିବା ଅନୁଯାୟୀ, ସଲିଡ ଷ୍ଟେଟ ଟେକ୍ନୋଲୋଜୀ ଉପରେ ପର୍ଯ୍ୟବସିତ ଏହି ବ୍ୟାଟେରୀ ନେଚୁରାଲ ମ୍ୟାଟେରିଆଲରେ ତିଆରି ହୋଇଛି । ଏହାକୁ ଏପରି ଡେଭଲପ କରାଯାଇଛି ଯେ, ୧୦ ମିନିଟରେ ଫୁଲ ଚାର୍ଜ ହୋଇଯାଉଛି । ଏହି ଲିଥିୟମ ମେଟାଲ ସଲିଡ ଷ୍ଟେଟ ବ୍ୟାଟେରୀକୁ ହାଭାର୍ଡ ବିଶ୍ୱବିଦ୍ୟାଳୟର ଜନ ଏ.ପ୍ଲାସନ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ ସାଇନ୍ସ ରିସର୍ଚର୍ସ ଡେଭଲପ କରିଛନ୍ତି ।

ଏହି ପ୍ରୋଜେକ୍ଟ ସହ ଜଡିତ ଆସୋସିଏଟ ପ୍ରଫେସର ଜିନ ଲିଙ୍କ କହିବା ଅନୁଯାୟୀ, ଏଥିରେ ୬,୦୦୦ ଗୁଣା ଚାର୍ଜିଙ୍ଗ ସାଇକେଲ ମିଳୁଛି । ଯାହା ଅନ୍ୟ କୌଣସି ପାଉଚ ବ୍ୟାଟେରୀ ସେଲ ମୁତାବକ ବହୁ ଅଧିକ ଅଟେ । ରିସର୍ଚର୍ସଙ୍କ କହିବା ଅନୁଯାୟୀ, ଲିଥିୟମ ମେଟାଲ ଆନୋଏଡରେ ନିର୍ମିତ ବ୍ୟାଟେରୀକୁ ଇଲେକ୍ଟ୍ରିକ ଗାଡ଼ିରେ ଏବଂ ଅପ୍ଲାଏସେଜରେ ଏଥିପାଇଁ ବ୍ୟବହୃତ କରାଯାଏ କାରଣ ଏହି ଗ୍ରାଫାଇଟ ଏନୋଡ ମୁତାବକ ଅଧିକ କ୍ୟାପାସିଟୀର ହୋଇଥାଏ । ଏହି ବ୍ୟାଟେରୀ ଇଲେକ୍ଟ୍ରିକ ଗାଡିର ମାଇଲେଜ ମଧ୍ୟ ବଢାଇଥାଏ ।

ହାଭାର୍ଡ ବିଶ୍ୱବିଦ୍ୟାଳୟ ରିସର୍ଚରଙ୍କ କହିବା ଅନୁଯାୟୀ, ଖୁବଶିଘ୍ର ଇଲେକ୍ଟ୍ରିକ ଗାଡ଼ିକୁ ମଧ୍ୟ ଫାଷ୍ଟ ଚାର୍ଜିଂ ବ୍ୟାଟେରୀ ମିଳିବ । ଏହି ସଲିଡ ଷ୍ଟେଟ ବ୍ୟାଟେରୀର ଆସୁଥିବା କିଛି ବର୍ଷରେ କମର୍ସିଆଲ ପ୍ରଡକ୍ସନ କରାଯିବ । ଏହି ଫ୍ୟୁଚିରିଷ୍ଟିକ ବ୍ୟାଟେରୀ ୬,୦୦୦ ସାଇକେଲ ପରେ ମଧ୍ୟ ୮୦ ପ୍ରତିଶତ କ୍ଷମତା ରହିବ । ତେବେ ହାଇୱେ କଡ଼ରେ ଲାଗିଥିବା ଚାର୍ଜିଂ ପଏଣ୍ଟରେ ୧୦ ମିନିଟ ଚାର୍ଜ କରିବା ପରେ ଆପଣ ପୁଣି ଯାତ୍ରା କରିପାରିବେ ।

Get real time updates directly on you device, subscribe now.