fbpx

ଭାଷଣକୁ ନେଇ ବିବାଦ; PMO ଜବାବରେ ପାଲଟା ଉତ୍ତର ରଖିଲେ ଅଶୋକ ଗେହଲୋଟ, କହିଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ…

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ୭ ଜୁଲାଇରେ ରାଜ୍ୟ ଗସ୍ତରେ ହୋଇଥିବା କାର୍ଯ୍ୟକ୍ରମରେ ତାଙ୍କର ଭାଷଣକୁ ହଟାଇ ଦିଆଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଅଶୋଲ ଗେହେଲୋଟଙ୍କୁ ଜବାବ ଦେଇ କୁହାଯାଇଛି ଯେ, ତାଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଦେଇଥିଲା ଯେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ।

ପିଏମ୍‌ଓ ର ଏହି ଉତ୍ତରରେ ଅଶୋକ ଗେହଲୋଟ୍ ପୁଣି ଥରେ ପାଲଟା ଜବାବନ ଦେଇଛନ୍ତି । ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣଙ୍କ କାର୍ଯ୍ୟାଳୟ ମୋର ଟ୍ୱିଟକୁ ଜାଣିଛି କିନ୍ତୁ ବୋଧହୁଏ ସେମାନେ ମଧ୍ୟ ଏହି ଘଟଣାର ଅବଗତ ହୋଇ ନାହାଁନ୍ତି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ପ୍ରସ୍ତାବିତ ମିନିଟ୍ ରୁ ମିନିଟ୍ କାର୍ଯ୍ୟକ୍ରମରେ ମୋର ସମ୍ବୋଧନ ରଖାଯାଇଥିଲା । ଗତକାଲି ରାତିରେ ମୋତେ ପୁନର୍ବାର ସୂଚନା ଦିଆଯାଇଥିଲା ଯେ ମୁଁ ସମ୍ବୋଧନ କରିବି ନାହିଁ ।

ଏହାପରେ ସେ ଆଗକୁ ଆହୁରି ମଧ୍ୟ ଟ୍ୱିଟରେ ଲେଖିଛନ୍ତି ଯେ, ମୋର କାର୍ଯ୍ୟାଳୟ ଭାରତ ସରକାରଙ୍କୁ ସୂଚନା ଦେଇଛି ଯେ ଡାକ୍ତରଙ୍କ ମତରେ ଗୋଡରେ ଆଘାତ ଲାଗିଥିବାରୁ ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବି ଏବଂ ମୋର ମନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚିବେ । ବର୍ତ୍ତମାନ ସୁଦ୍ଧା ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଣ-ଇଣ୍ଟରାକ୍ଟିଭ୍ ମୋଡ୍ ଉପରେ ରାଜସ୍ଥାନର ସ୍ୱାର୍ଥରେ ଏହି କାର୍ଯ୍ୟକ୍ରମରେ ଜଡିତ ହେବି । ତୁମର ଧ୍ୟାନ ଆକର୍ଶଣ ପାଇଁ, ମୁଁ ପୂର୍ବରୁ ଗ୍ରହଣ କରାଯାଇଥିବା ମିନିଟ୍ ରୁ ମିନିଟ୍ ଏବଂ ମୋ ଅଫିସରୁ ପଠାଯାଇଥିବା ଚିଠିକୁ ସେୟାର କରୁଛି ।

Get real time updates directly on you device, subscribe now.