fbpx

Twitter Blue Tick:କମ୍ପାନୀର ବଡ଼ ଘୋଷଣା, ଏପ୍ରିଲ୍ ପହିଲାରୁ ସବୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ!

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଟ୍ୱିଟରର ବ୍ଲୁ ଟିକ ଅଛି ତେବେ ଏହା କେବଳ ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ରହିବ। କାରଣ ସୋସିଆଲ ମିଡିଆ ରେ ଟ୍ୱିଟର ପୁଣି ଏକ ବଡ଼ ଘୋଷଣା କରିଛି ।ଏହା କହିଛି ଯେ ଆସନ୍ତା ଏପ୍ରିଲ୍ ୧ ରୁ ଟ୍ୱିଟର ଏହା ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ଲେଗେସୀ ଭେରିଫାଏଡ୍ ପ୍ରୋଗ୍ରାମ୍ ଏବଂ ଲେଗେସୀ ଭେରିଫାଏଡ୍ ଚେକ୍ ମାର୍କ ହଟାଇବା ଆରମ୍ଭ କରିବାକୁ ଯାଉଛି । ଏପରି ପରିସ୍ଥିତିରେ, କେବଳ ସେହି ଉପଭୋକ୍ତା ଯେଉଁମାନେ ଯେଉଁମାନେ ସବସ୍କ୍ରିବସନ ନେଇଛନ୍ତି ଆଉ ଯେଉଁମାନେ ଭେରିଫାଏଡ ଗ୍ରୁପ ରହିଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ। କେବଳ ଯେଉଁ ଉପଭୋକ୍ତାମାନେ ଟ୍ୱିଟର ବ୍ଲୁ ପାଇଁ ଦେୟ ଦେବେ ସେମାନେ ବ୍ଲୁ ଟିକ୍ ପାଇବେ। ଟ୍ୱିଟର ସବସ୍କ୍ରିବସନ ବର୍ତ୍ତମାନ ସାରା ବିଶ୍ୱରେ ଉପଲବ୍ଧ ।

ଏହି ଘୋଷଣା ଏଲୋନ୍ ମସ୍କ ଦ୍ୱାରା କରାଯାଇଥିବା ପ୍ରଥମ ନୀତି ରୂପେ ଲାଗୁ ହେବ । ଗତ ବର୍ଷ ଶେଷରେ ଯେତେବେଳେ ମସ୍କ ଟ୍ୱିଟରର ନିଜ ହାତକୁ ନେଇଥିଲେ,ସେ ଏଭଳି ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ମସ୍କ ନଭେମ୍ବରରେ ଟ୍ୱିଟ୍ କରି କହିଛନ୍ତି ଯେ ଆସନ୍ତା ମାସରେ ଲେଗେସୀ ବ୍ଲୁ ହଟାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।ଏପ୍ରିଲ୍ ୧ ପରେ, ଉପଭୋକ୍ତାମାନେ ଟଙ୍କା ନ ଦେଇ ଟ୍ୱିଟରର ବ୍ଲୁ ଟିକ୍ ନେଇପାରିବେ ନାହିଁ, ଏପ୍ରିଲ୍ ୧ପରେ ଏହା ସ୍ୱୟଂଚାଳିତ ଭାବରେ ସେମାନଙ୍କ ଆକାଉଣ୍ଟରୁ ଅପସାରିତ ହେବ, ଯେଉଁମାନେ ଏଥିପାଇଁ ଦେୟ ଦେଇ ନାହାଁନ୍ତି।

 

ସୂଚନାମୁତାବକ ଭାରତରେ ଟ୍ୱିଟର ବ୍ଲୁ ସର୍ଭିସର ମୂଲ୍ୟ ମାସକୁ ୬୫୦ ରୁ ଆରମ୍ଭ ହୋଇଛି । ଟ୍ୱିଟର ବ୍ଲୁ ପାଇଁ ୱେବ୍ ବ୍ୟବହାର କାରୀଙ୍କୁ ମାସକୁ ୬୫୦ ଟଙ୍କା ଦେବାକୁ ପଡିବ । ସେହିପରି ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହା ମାସକୁ ୯୦୦ ଟଙ୍କା ହେବ । ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି । ଟ୍ୱିଟରରେ ବ୍ଲୁ ସବସ୍କ୍ରିପସନ ସହ ଲୋକଙ୍କୁ କିଛି ନୂଆ ଫିଚର ମଧ୍ୟ ପ୍ରଦାନ କରାଯିବ । ଟ୍ୱିଟର ବ୍ଲୁ ପାଇଁ ୟୁଜର୍ସ ଆଇଓଏସ କିମ୍ବା ୱେବରୁ ସାଇନ ଅପ୍ କରିବେ । ଟ୍ୱିଟର ବ୍ଲୁ ସବସ୍କ୍ରିପସନରେ ଟ୍ୱିଟ୍ ଏଡିଟ, ୧୦୮୦ପି ଭିଡିଓ ଅପଲୋଡ୍, ରିଡର ମୋଡ, ଭଳି ଅନେକ ଫିଚର୍ସ ରହିବ ।

Get real time updates directly on you device, subscribe now.