fbpx

ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କ ସନ୍ଧାନ ମିଳିଲା: ଉଦ୍ଧାର ପାଇଁ ୟୁପି ଗଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କ ସନ୍ଧାନ ମିଳିଛି । ଉତ୍ତରପ୍ରଦେଶର ମଥୁରା ଷ୍ଟେସନରୁ ଦୁହିଁଙ୍କୁ ରେଲୱେ ପୋଲିସ ଉଦ୍ଧାର କରିଛି । ତେବେ ଏନେଇ ଖବର ମିଳିବା ପରେ ଦୁଇ ଛାତ୍ରୀଙ୍କୁ ଉଦ୍ଧାର ପାଇଁ କମିଶନରେଟ ପୋଲିସ ମଥୁରା ଗସ୍ତ କରିଛି । ଗତକାଲି ଦ୍ୱିପ୍ରହରଠାରୁ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରୀ ହଠାତ୍ କୁଆଡ଼େ ଗାଏବ ହୋଇଯାଇଥିଲେ । ପୋଲିସ ଦୁଇ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି ଓ ଭଏସ ରେକର୍ଡିଂ ମେମୋରି ଚିପ୍ ଜବତ କରିଥିଲା ।

ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତା ଛାତ୍ରୀମାନଙ୍କଙ୍କର ଅଭିଭାବକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା । ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରୁ ନିୟମିତ ବିଶ୍ୱବିଦ୍ୟାଳୟକୁ ଆସୁଥିଲେ ଓ କ୍ଲାସ ସରିବା ପରେ ଘରକୁ ଫେରି ଯାଉଥିଲେ । ମାତ୍ର ଗତ ସୋମବାର ଦିନ କ୍ଲାସ କରିବାକୁ ଆସି ଛାତ୍ରୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ଝିଅକୁ ନ ପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନଥିଲେ । ଏନେଇ ଛାତ୍ରୀଙ୍କ ମାମୁଁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।

Get real time updates directly on you device, subscribe now.