fbpx

(Video) ଚଳନ୍ତା ବାଇକରେ ବସି ୨ କପଲଙ୍କ ଅଶ୍ଳୀଳ କାର୍ଯ୍ୟାଳାପ, ପୋଲିସ ଦେଲା ଏପରି ଦଣ୍ଡ

ନୂଆଦିଲ୍ଲୀ: ହୋଲି ଉତ୍ସବରେ ସାଧାରଣତଃ ଲୋକେ ନିଜ ପରିବାର ସହ କିମ୍ଭା ସାଙ୍ଗ ସାଥୀଙ୍କ ସହ ରଙ୍ଗ ଖେଳନ୍ତି ଏବଂ ଉତ୍ସବର ମଜା ନିଅନ୍ତି । ହେଲେ ଏପରି କିଛି ଲୋକେ ଅଛନ୍ତି, ଯେଉଁମାନେ ଉତ୍ପାତ ହେବା ସହ ଅଶ୍ଳୀଳ କାର୍ଯ୍ୟକଳାପ କରିଥାଆନ୍ତି । ଏପରି ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଥିରେ ସେମାନେ ଚଳନ୍ତା ବାଇକରେ ବସି ଅଶ୍ଳୀଳ କାର୍ଯ୍ୟକଳାପ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ନୋଏଡାର ଅଟେ । ଭିଡିଓ ଭାଇରାଲ ହୋଇ ପୋଲିସ ପାଖେ ପହଁଚିଲା । ପୋଲିସ ତୁରନ୍ତ ଏ ନେଇ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଗୋଟିଏ ବାଇକରେ ୨ଜଣ କପଲ ଅର୍ଥାତ ୪ ଜଣ ବସିଛନ୍ତି । ଦୁଇ ଜଣ ଯୁବକ ସାର୍ଟ ପିନ୍ଧିନାହାନ୍ତି ଏବଂ ଦୁଇ ଜଣ ଝିଅ ମଝିରେ ବସିଛନ୍ତି । ତେବେ ବାଇକର ଶେଷରେ ବସିଥିବା ଯୁବକ ଜଣକ ଅଶ୍ଳୀଳ କାର୍ଯ୍ୟ କରୁଥିବାର ନଜର ଆସିଛି । ଏହି ଭିଡିଓକୁ ଏକ୍ସରେ @HinduGauravPra1 ଆକାଉଣ୍ଟରୁ ଛଡା ଯାଇଛି । ତେବେ ଏହି ଭିଡିଓଟି ମାର୍ଚ୍ଚ ୨୫ର ଅଟେ । ଏମାନେ ହୋଲି ଖେଳିବା ପରେ ଏପରି ବାଇକରେ ବସି ରାସ୍ତାରେ ଭ୍ରମଣ କରୁଥିଲେ ।

ଏହି ଭିଡିଓକୁ ଛାଡିବା ସହ ସେ ନୋଏଡା ପୋଲିସକୁ ଟ୍ୟାଗ କରିଥିଲେ । ପୋଲିସ ଏହାକୁ ଦେଖି ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ବାଇକରେ ପୋଲିସ ୨୪,୫୦୦ ଟଙ୍କାର ଇ-ଚାଲାଣ କାଟିଛନ୍ତି । ପୋଲିସ ଏହି ଚାଲାଣକୁ କାଟି ଲେଖିଛନ୍ତି ଯେ, ଉପରୋକ୍ତ ଅଭିଯୋଗକୁ ଗ୍ରହଣ କରି ନିୟମ ଅନୁଯାୟୀ, ଇ-ଚାଲାଣ ଜାରି କରି ଟ୍ରାଫିକ ନିୟମ ଉଲଘଂନ କରିବା ଲାଗି ସଂପୃକ୍ତ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

 

Get real time updates directly on you device, subscribe now.