fbpx

ନିର୍ବାଚନରେ ଟିକେଟ ନ ମିଳିବାରୁ ଚରମ ପଦକ୍ଷେପ ନେଲେ ସାଂସଦ

ଚେନ୍ନାଇ: ତାମିଲନାଡୁର ଇରୋଡ ସାଂସଦ ତଥା ଏମ୍‌ଡିଏମ୍‌କେ ନେତା ଏ ଗଣେଶମୂର୍ତ୍ତିଙ୍କର ଆଜି ଭୋର ପ୍ରାୟ ୫ଟା ବେଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ତେବେ ଚଳିତ ଲୋକସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ସେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି।

ସୂଚନା ଅନୁଯାୟୀ, ଏ ଗଣେଶମୂର୍ତ୍ତି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ଟିକେଟ ଦିଆଯାଇ ନଥିଲା। ତାଙ୍କ ବଦଳରେ ଏମ୍‌ଡିଏମ୍‌କେ ପ୍ରତିଷ୍ଠାତା ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ଇରୋଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଉଭୟ ଏମ୍‌ଡିଏମ୍‌କେ ଓ ଡିଏମ୍‌କେ ମିଳିତ ଭାବେ ଦୁରାଇଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି। ତେବେ ଟିକେଟ ନ ମିଳିବାରୁ ଗତ ରବିବାର ଏ ଗଣେଶମୂର୍ତ୍ତି କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଥିଲା। ସେପଟେ ଗୁରୁତର ଅବସ୍ଥାରେ ଏ ଗଣେଶମୂର୍ତ୍ତିଙ୍କୁ ତାଙ୍କ ପରିବାର ଲୋକେ ଇରୋଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଥିଲେ। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଏମ୍ବାଟୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ଆଉ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Get real time updates directly on you device, subscribe now.