fbpx

ବିଶ୍ୱବିଦ୍ୟାଳୟରେ ଜାତିଆଣ ସ୍ଲୋଗାନ୍‌, ବିଭିନ୍ନ ମହଲରୁ ଛାତ୍ରଛାତ୍ରୀଙ୍କୁ ସମାଲୋଚନା, ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ହରିୟାଣାର ଅଶୋକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତିଆଣ ସ୍ଲୋଗାନ ଦିଆଯାଉଥିବାରୁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଭିଡ଼ିଓ ଭାଇରାଲ ହେବା ପରେ ଏହି ସ୍ଲୋଗାନକୁ ସମସ୍ତ ମହଲରୁ ନିନ୍ଦା କରାଯାଇଛି । ଛାତ୍ରଛାତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରୁଛନ୍ତି । ତେବେ ଏହି ସ୍ଲୋଗାନ ମଧ୍ୟରୁ ଅନେକ ବ୍ରାହ୍ମଣ ଏବଂ ବନିଆ ଜାତିଙ୍କୁ ନେଇ ଟାର୍ଗେଟ ହୋଇଥିଲା ।

ଅଶୋକ ବିଶ୍ୱବିଦ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି, ‘ଏହା ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଜୋରଦାର ବିତର୍କକୁ ଗୁରୁତ୍ୱ ଦେଇଥାଏ । କିନ୍ତୁ ଏହା ପାରସ୍ପରିକ ସମ୍ମାନକୁ ମଧ୍ୟ ବହୁତ ମହତ୍ୱ ଦେଇଥାଏ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶାନ୍ତି ଏବଂ ସଦ୍‌ଭାବନା ବଜାୟ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛି ।’ ତେବେ Mohandas Pai ନାମକ ୟୁଜର ‘ଏକ୍ସ’ରେ ଏକ ଭିଡିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଅଶୋକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏତେ ଘୃଣା ଭାବ କ’ଣ ପାଇଁ । ଏପରି ଘୃଣା ଭାବ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉ । ସରକାର ଏଥିରେ ହସ୍ତକ୍ଷେପ କରିବା ଉଚିତ ।’ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବ୍ରାହ୍ମଣ –ବନିଆବାଦ ମୁର୍ଦ୍ଦାବାଦ’, ‘ଆମକୁ ଜାତୀୟ ଜନଗଣନାର ଆବଶ୍ୟକତା ଅଛି’ ଆଦି ସ୍ଲୋଗାନ ଦିଆଯାଇଛି ।

Get real time updates directly on you device, subscribe now.