fbpx

ଗୁରୁଦ୍ୱାର ଡେରା ପ୍ରମୁଖଙ୍କୁ ହତ୍ୟା, ସକାଳୁ ଦୁଇ ଅଜ୍ଞାତ ବାଇକ୍ ଆରୋହୀ ଚଳାଇଥିଲେ ଗୁଳି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ନାନକମତ୍ତା ଗୁରୁଦ୍ୱାରର ପ୍ରମୁଖ ବାବା ତରସେମ୍ ସିଂହଙ୍କୁ ହତ୍ୟା କରାଯାଇଛି । ବାବାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ବାଇକ୍‌ରେ ଆସି ଗୁଳିକରି ହତ୍ୟା କରିଛି । ଆଜି ସକାଳେ ଏହି ଘଟଣା ଘଟିଛି । ପ୍ରତିଦିନ ପରି ଆଜି ବାବା ଡେରେରେ ବସିଥିବା ବେଳେ ବାଇକ୍‌ରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ବାବାଙ୍କୁ ସ୍ଥାନୀୟ ଲୋକମାନେ ହସ୍ପିଟାଲରେ ପହଞ୍ଚାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ନିୟୋଜିତ ହୋଇଛନ୍ତି ।

ଉତ୍ତରାଖଣ୍ଡ ଡିଜିପି ଅଭିନବ କୁମାରଙ୍କ କହିବା ଅନୁଯାୟୀ ସକାଳ ପ୍ରାୟ ୭ଟା ସମୟରେ ସୂଚନା ମିଳିଥଇଲା କି ସମୟ ୬ଟା ୧୫ରୁ ୬ଟା ୩୦ ମଧ୍ୟରେ ବାଇକ୍‌ରେ ଦୁଇ ଦୁବୃର୍ତ୍ତ ନାନକମତ୍ତା ଗୁରୁଦ୍ୱାରରେ ପ୍ରବେଶ କରି ବାବା ତରସେମ୍ ସିଂହଙ୍କୁ ଗୁଳି କରିଥିଲେ । ତାଙ୍କୁ ତୁରନ୍ତ ଖଟିମାର ଏକ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ପୋଲିସ କହିଛି ଏହା ବହୁତ ଗମ୍ଭୀର ଘଟଣା । ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି ଯେଉଁଥିରେ ଏସଟିଏଫ୍ ଓ ସ୍ଥାନୀୟ ପୋଲିସ ଟିମ୍ ରହିଛନ୍ତି ।

Get real time updates directly on you device, subscribe now.