ଦୀପାବଳିରେ ଆମ୍ବ ଟାକୁଆ ଲିଭାଇଦେଲା ଜୀବନ ଦୀପ! 2ମୃତ 7ରୁ ଅଧିକ ଆହତ

ଭୁବନେଶ୍ବର: ଦୀପାବଳିରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଆମ୍ବ ଟାକୁଆ ଖାଇ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଏହି ଲୋକମନେ 2 ଦିନ ପୂର୍ବରୁ ଆମ୍ବ ଟାକୁଆ ଖାଇଥିବା ବେଳେ ଗତକାଲି ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଫଳରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 2ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ମୃତକ ଦ୍ବୟ ମହିଳା ହୋଇଥିବା ଜଣାପଡିଛି । ସେହିପରି ଅସୁସ୍ଥ ହୋଇ ଏମକେସିଜିରେ ଚିକିତ୍ସିତ ହେଉଥିବା ଅସୁସ୍ଥ ମଧ୍ୟ ମହିଳା ରହିଛନ୍ତି । ତେବେ ଚିକିତ୍ସିତ ମହିଳାମାନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଥିବା ଜଣାପଡିଛି ।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କେଉଁ କାରଣ ପାଇଁ ଲୋକେ ଆମ୍ବ ଟାକୁଆ ଖାଇଲେ । ଖାଦ୍ୟ ନମିଳିବା କାରଣରୁ ସେମାନେ ଆମ୍ବ ଟାକୁଆ ଖାଇଥିବା ଚର୍ଚ୍ଚା ହେଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ।