ସିଟ୍ କଭର ତିଆରି କାରଖାନାରେ ହଠାତ୍ ଲାଗିଗଲା ନିଆଁ, ବାଥରୁମ୍ ନିକଟରୁ ଉଦ୍ଧାର ହେଲା 2 କର୍ମଚାରୀଙ୍କ ମୃତଦେହ

ନୂଆଦିଲ୍ଲୀ:  ପଞ୍ଜାବ ଲୁଧିଆନାର ଧୁରୀ ରେଳ କ୍ରସିଂ ନିକଟରେ ଥିବା ଏକ ସାଇକେଲ ସିଟ୍ କଭର ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ରହିଛି ।

ପୋଲିସ କହିଛି ଯେ ଗୁରୁତର ଭାବରେ ପୋଡ଼ିଯାଇଥିବା ଦୁଇଜଣ ଶ୍ରମିକଙ୍କୁ ବାଥରୁମ ନିକଟରୁ ଉଦ୍ଧାର କରାଯାଇଥିଲା । ସେମାାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଶ୍ରମିକ ଗୁରୁତର ରହିଥିବା ଜଣାପଡିଛି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ କାରଖାନା ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଭବିଷ୍ୟତରେ ଏପରି ଘଟଣାକୁ ରୋକାଯାଇପାରିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।