fbpx
BJD
BJD SKY
BJD SKY

୨୦୪୭ ସୁଦ୍ଧା ଭାରତ ହେବ ଇସଲାମିକ୍ ରାଷ୍ଟ୍ର! ବିରାଟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କଲା ପୋଲିସ୍

ପାଟନା: ବିହାର ପୋଲିସ ପାଟନା ଜିଲ୍ଲାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କବାଦୀ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିଲେ ଏବଂ ଏକ ସମୁଦାୟ ବିଶେଷ ଲୋକଙ୍କୁ ଆତଙ୍କୀ ପ୍ରଶିକ୍ଷଣ ଦେଉଥିଲେ । ସେମାନଙ୍କ ପାଖରୁ ଅନେକ ଆପତ୍ତିଜନକ ଦସ୍ତାବିଜ୍ ଜବତ ହୋଇଛି । ଯେଉଁଥିରୁ ଜଣାପଡ଼ୁଛି ଯେ ଦୁହେଁ ୨୦୪୭ ମଧ୍ୟରେ ଭାରତକୁ ଇସଲାମିକ୍ ରାଷ୍ଟ୍ର କରିବା ପାଇଁ ଏବଂ ମୋଗଲ ରାଜ ପୁଣି ଥରେ ସ୍ଥାପିତ କରିବା ଦିଗରେ କାମ କରୁଥିଲେ ।

ପାଟନା ଏସପି ମନୀଷ କୁମାର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଧରାପଡ଼ିଥିବା ଆତଙ୍କବାଦୀଙ୍କ ନାମ ମୋହମ୍ମଦ ଜଲାଲୁଦ୍ଦୀନ ଏବଂ ଅତହର ପରବେଜ । ମୋହମ୍ମଦ ଜଲାଲୁଦ୍ଦୀନ ଝାଡ଼ଖଣ୍ଡ ପୋଲିସର ରିଟାୟର୍ଡ ଅଫିସର । ସେହିଭଳି ଅତହର ପରଭେଜ ଦେଶବିରୋଧୀ ଗତିବିଧି ଯୋଗୁଁ ଅନେକ ବର୍ଷ ପୂର୍ବରୁ ବ୍ୟାନ୍ ହୋଇଥିବା ଆତଙ୍କୀ ସଂଗଠନ ସିମିର ସଦସ୍ୟ ଥିଲା । ଏହି ସଂଗଠନକୁ ବ୍ୟାନ ପରେ ସେ ପିଏଫଆଇ ସଂଗଠନ ସହ ଜଡ଼ିତ ହୋଇଥିଲା ଏବଂ ଏବେ ଏହାର ରାଜନୀତିକ ୱିଙ୍ଗ ଏସଡିପିଆଇ ପାଇଁ କାମ କରୁଛି । ଏମାନଙ୍କୁ ପାକିସ୍ତାନ ଏବଂ ବାଙ୍ଗଲାଦେଶରୁ ଫଣ୍ଡିଙ୍ଗ୍ସ ମିଳୁଥିଲା । ଏହା ସହ ଭାରତରୁ କେରଳ, ପଶ୍ଚିମବଙ୍ଗ, ୟୁପି ରୁ ମଧ୍ୟ ଏମାନଙ୍କୁ ଟଙ୍କା ପଠାଯାଉଥିଲା ।

ଏସପି କହିଛନ୍ତି ଯେ ଦୁଇ ଆତଙ୍କବାଦୀ ଫୁଲୱାରୀ ଶରୀଫର ନୂଆ ଟୋଲା ଅହମଦ ପ୍ୟାଲେସକୁ ନିଜର ଟ୍ରେନିଂ କ୍ୟାମ୍ପ କରିଥିଲେ । ଏଠାରେ ସେମାନେ ମାର୍ଶଲ ଆର୍ଟର ଟ୍ରେନିଂ ନାମରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ସମୁଦାୟ ବିଶେଷ ଯୁବକଙ୍କୁ ଡାକୁଥିଲେ ଏବଂ ସେମାନଙ୍କୁ ହତିଆର ଚଳାଇବା ସହ ଭାରତରେ ମୁସଲମାନଙ୍କ ଦୁର୍ଦ୍ଦଶା, ମୋଦୀ ସରକାରଙ୍କ ଅତ୍ୟାଚାର ଶୁଣାଇ ସେମାନଙ୍କ ବ୍ରେନୱାସ୍ କରୁଥିଲେ । ଦୁଇ ଆତଙ୍କୀଙ୍କ ପାଖରୁ ୮ ପେଜ୍ ର ଭିଜନ ପେପର ମଧ୍ୟ ମିଳିଛି, ଯେଉଁଥିରେ ୨୦୪୭ ସୁଦ୍ଧା ଭାରକୁ ମୁସଲିମ୍ ରାଷ୍ଟ୍ର କରିବା ପାଇଁ କୁହାଯାଇଛି । ଏହି ଭିଜନ ପେପର ନା ‘ଇଣ୍ଡିଆ ଭିଜନ ୨୦୪୭’ ରହିଥଲା । ଅର୍ଥାତ୍ ଏମାନେ ୨୦୪୭ ସୁଦ୍ଧଶ ଭାରତକୁ ମୁସଲିମ ରାଷ୍ଟ୍ର କରିବା ପାଇଁ ଉଦ୍ଦେଶ୍ୟରେ କାମ କରୁଥିଲେ ।

ଏସପି କହିଛନ୍ତି ଯେ ଏମାନେ ଚୁତରତାର ସହ ଅନ୍ୟ ରାଜ୍ୟର ସମୁଦାୟରୁ ବିଶେଷ ଯୁବକଙ୍କୁ ଡାକୁଥିଲେ । ଏଥିପାଇଁ ସେମାନେ ଜାଲ୍ ଡକ୍ୟୁମେଣ୍ଟରେ ସେମାନଙ୍କ ପାଇଁ ଟ୍ରେନ୍ ଟିକେଟ୍ ବୁକ୍ କରୁଥିଲେ । ପରେ ବିହାର ପହଞ୍ଚିବା ପରେ ସେହି ଜାଲ୍ ନାମରେ ଡକ୍ୟୁମେଣ୍ଟ ମଧ୍ୟ ତିଆରି କରୁଥିଲେ ଏବଂ ସେମାନଙ୍କୁ ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରୁଥିଲେ । ପରେ ପାର୍ଟୀ କରିବାର ଆଢ଼ୁଆଳରେ ସେମାନଙ୍କୁ ପିସ୍ତଲ, ଖଣ୍ଡା ଏବଂ  ଛୁରୀରେ ଆକ୍ରମଣ କରିବାର ଟ୍ରେନିଂ ଦେଉଥିଲେ ।

ଗାନ୍ଧୀ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ହୋଇଥିବା ବ୍ଲାଷ୍ଟର ଅନେକ ଅଭିଯୁକ୍ତଙ୍କୁ ମୁକ୍ତ କରିବା ପାଇଁ ଅତହର ପରଭେଜ ସେମାନଙ୍କର ବେଲ୍ କରାଇଥିଲେ । ନିଜ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଦୁଇ ଆତଙ୍କବାଦୀ ଦେଶର ବିଭିନ୍ନ ଅଞ୍ଚଳରେ ବୁଲି ଶିକ୍ଷିତ ଯୁବକଙ୍କୁ ନିଜ ଜାଲରେ ଫସାଉଥିଲେ ଏବଂ ସେମାନଙ୍କୁ ଉସ୍କାଇ ଟ୍ରେନିଂ ଦେବା ପାଇଁ ବିହାର ଡକାଉଥିଲେ ବୋଲି ସୂଚନ ଦେଇଛନ୍ତି ଏସପି ମନୀଷ କୁମାର ।

Get real time updates directly on you device, subscribe now.